ସବୁ ସହିବନି କାଳିଆ! ସ୍ୱର୍ଗଦ୍ୱାରର ସଂପ୍ରସାରଣ ନା ସ୍ଥାନାନ୍ତର

31

କନକ ବ୍ୟୁରୋ : ସଂପ୍ରସାରଣ ନା ସ୍ଥାନାନ୍ତର । ପୁରୀ ସ୍ୱର୍ଗଦ୍ୱାରକୁ ନେଇ ଏଭଳି ଦ୍ୱନ୍ଦ୍ୱ । କାରଣ ଶବଦାହକାରୀଙ୍କ ଭିଡକୁ ଦେଖି ସ୍ୱର୍ଗଦ୍ୱାରର ସଂପ୍ରସାରଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ପୁରୀ ଜିଲ୍ଲା ପ୍ରଶାସନ । ହେଲେ ସଂପ୍ରସାରଣକୁ ବିରୋଧ କରି ବିକଳ୍ପ ଶ୍ମଶାନ ପାଇଁ ପ୍ରସ୍ତାବ ଦେଇଛି ପୌର ପରିଷଦ । ଏଭଳି ସ୍ଥିତିରେ କୋଟିକୋଟି ଓଡିଆଙ୍କ ଭାବନା ସହ ଜଡିତ ପୁରୀ ସ୍ୱର୍ଗଦ୍ୱାରର ଭବିଷ୍ୟତକୁ ନେଇ ଲାଗିରହିଛି ଚର୍ଚ୍ଚା ।