ବାଡ ପଡିଲା ସ୍ୱର୍ଗଦ୍ୱାରରେ ! ଅବ୍ୟାହତ ରହିବ ଶବଦାହ ଓ ଉଚ୍ଛେଦ

ବାଡ ପଡିଲା ସ୍ୱର୍ଗଦ୍ୱାରରେ ! ଅବ୍ୟାହତ ରହିବ ଶବଦାହ ଓ ଉଚ୍ଛେଦ

କନକ ବ୍ୟୁରୋ :  ସ୍ବର୍ଗଦ୍ବାରରେ ଶେଷରେ ବାଡ଼ ପଡ଼ିଛି।  ପ୍ରଶାସନ ଶବଦାହକୁ ଅବ୍ୟାହତ ରଖିବା ପାଇଁ ସ୍ବର୍ଗଦ୍ବାର ମଝିରେ ଟିଣର ବାଡ଼ ପକାଇଛି। ଦିନକ ପୂର୍ବରୁ ଜିଲ୍ଲା ପ୍ରଶାସନ ସ୍ବର୍ଗଦ୍ବାର ସୌନ୍ଦର୍ଯ୍ୟୀକରଣ ଲକ୍ଷ୍ୟରେ ଏଠାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। କିନ୍ତୁ ଏହି ଉଚ୍ଛେଦ ଶବଦାହରେ ଅନ୍ତରାୟ ସୃଷ୍ଟି କରିଥିଲା। ଦିନକ ଭିତରେ ଶବଦାହ ସଂଖ୍ୟା ୧୦କୁ ଖସି ଆସିଥିଲା। ଯେଉଁଠି ଦୈନିକ ୯୦ରୁ ଅଧିକ ଶବଦାହ ହେଉଥିଲା, ସେଠି ମାତ୍ର ୧୦ଟି ଶବ ଦାହ ହୋଇଥିଲା।

ସ୍ବର୍ଗଦ୍ବାର ଧାର୍ମିକ ଭାବନା ସହ ଜଡ଼ିତ ଥିବାରୁ ଦୈନିକ ରାଜ୍ୟର କୋଣଅନୁକୋଣରୁ ବହୁ ସଂଖ୍ୟାରେ ଶବ ଦାହ ପାଇଁ ଏଠାକୁ ଆସେ। ତେବେ ଉଚ୍ଛେଦ ଯୋଗୁଁ ଶବଦାହ ପ୍ରଭାବିତ ହେବାରୁ ବାଧ୍ୟ ହୋଇ ପ୍ରଶାସନ ଏଠାରେ ଟିଣର ବାଡ଼ ପକାଇଛି। ଟିଣର ଗୋଟିଏ ପାର୍ଶ୍ବରେ ଶବଦାହ ଓ ଅନ୍ୟପଟେ ଉଚ୍ଛେଦ କାର୍ଯ୍ୟ ଅବ୍ୟାହତ ରହିବ ବୋଲି ପ୍ରଶାସନ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe