ଛତିଶା ନିଯୋଗ ବୈଠକ ବର୍ଜନ କଲେ ସେବାୟତ : ସେବକ ସଂଖ୍ୟା ହ୍ରାସ ପ୍ରସଙ୍ଗ ନେଇ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସ୍ପଷ୍ଟୀକରଣ

Advertisment
ଫୋନି ପରେ ପୁଣି ଚଳଚଞ୍ଚଳ ପୁରୀ । ଚାଲିଛି ଜଗା ଦର୍ଶନ, ପାଉଛନ୍ତି ଅବଢା

କନକ ବ୍ୟୁରୋ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଛତିଶା ନିଯୋଗ ବୈଠକକୁ ବର୍ଜନ କଲେ ସେବାୟତ । ସେବକ ସଂଖ୍ୟା ନିରୂପଣ ପାଇଁ ବୈଠକ ବସିଥିବା ବେଳେ ଏହି ବୈଠକକୁ ସେବାୟତମାନେ ଆସିନାହାନ୍ତି । ସେବକ ସଂଖ୍ୟା ହ୍ରାସ ପ୍ରସଙ୍ଗ ନେଇ ମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟୀକରଣ ଦେଇଛନ୍ତି । ସୁପ୍ରିମକୋର୍ଟରେ କୌଣସି ସତ୍ୟପାଠ ଦାଖଲ ହୋଇନି । କେବଳ ବିଡି ଶର୍ମାଙ୍କ ସତ୍ୟପାଠ ଦାଖଲ ହୋଇଛି । ସେବାୟତ ସଂଖ୍ୟା ନିରୂପଣ ପାଇଁ ଜିଲ୍ଲା ଜଜ୍ ଓ ପ୍ରଶାସନକୁ ଦାୟିତ୍ୱ ଦେବାକୁ ସୁପ୍ରିମକୋର୍ଟକୁ ଅନୁମତି ମଗାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେବକଙ୍କ ସହିତ ଆଲୋଚନା ନକରି ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ସେବକ ସଂଖ୍ୟା ହ୍ରାସ ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିବା ସେବକମାନେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe