୨ ଦିନ ଜଗା ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ପଞ୍ଚୁକରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ

132

କନକ ବ୍ୟୁରୋ: ଆଜିଠୁ ୨ ଦିନ ଶ୍ରୀମନ୍ଦିର ବନ୍ଦ । ଶ୍ରୀମନ୍ଦିର ପ୍ରଶାସନଙ୍କ ଗାଇଡ ଲାଇନ୍ ଅନୁସାରେ ମନ୍ଦିର ବନ୍ଦ ରହିବାକୁ ଘୋଷଣା ହୋଇଛି । ଆଜି ସାନିଟାଇଜ୍ ପାଇଁ ଓ ଆସନ୍ତା କାଲି ବଡ ଏକାଦଶୀ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ।ଆସନ୍ତା ସୋମବାରଠାରୁ ପବିତ୍ର ପଞ୍ଚୁକ ଆରମ୍ଭ ହେଉଥିବାରୁ ଲକ୍ଷ୍ମୀ ନାରାୟଣଙ୍କ ସ୍ୱତନ୍ତ୍ର ବେଶ ହେବା ସହ ଚତୁର୍ଦ୍ଧା ମୂରତିଙ୍କର ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟ ଅନୁଷ୍ଠିତ ହେବ । ସୋମବାର ବଡ ଏକାଦଶୀ ସହ ପଞ୍ଚୁକ ଆରମ୍ଭ ହେଉଛି । ଏହି ପାଞ୍ଚ ଦିନରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ବେଶ ହେବାକୁ ଥିଲେ ବି ଏଥର ଏହି ଅବସରରେ ବଡ ଠାକୁରଙ୍କର ନାଗାର୍ଜୁନ ବେଶ ପଡୁନାହିଁ ।

ଏହା ପୂର୍ବରୁ ମଧ୍ୟ ବିଶେଷ ଦିନ ମାନଙ୍କରେ ଶ୍ରୀମନ୍ଦିର ବନ୍ଦ ରହୁଥିବାବେଳେ ପ୍ରତି ରବିବାର ମନ୍ଦିରକୁ ସାନିଟାଇଜ୍ କରିବାକୁ ରଖାଯାଏ । ଏଥର ମଧ୍ୟ ପଞ୍ଚୁକ ଓ ବଡ ଏକାଦଶୀ ରେ ଭିଡ ହେବାର ସମ୍ଭାବନା ଥିବାରୁ ମନ୍ଦିରକୁ ବନ୍ଦ ରଖିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଜଣାଇଛନ୍ତି ।