କନକ ବ୍ୟୁରୋ : କୋହଳ ହେଲା ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ଏଣିକି ସପ୍ତାହକୁ ୬ ଦିନ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । କେବଳ ରବିବାରକୁ ଛାଡିଦେଲେ ଅନ୍ୟ ୬ ଦିନ କାଳିଆ ଦର୍ଶନ କରିପାରିବେ ଭକ୍ତ । ବିଶୋଧନ ପାଇଁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ସଟଡାଉନ କଟକଣା ଉଠିଯାଇଥିବାରୁ ଶନିବାର ମଧ୍ୟ ହେବ ଦର୍ଶନ। ସବୁଠୁ ବଡ କଥା ହେଲା, ଦର୍ଶନ ଅବଧି ମଧ୍ୟ ଦୁଇ ଘଣ୍ଟା ବଢାଯାଇଛି । ପୂର୍ବରୁ ସକାଳ ୭ରୁ ସନ୍ଧ୍ୟା ୭ ଯାଏଁ ଦର୍ଶନ ଅନୁମତି ଥିବା ବେଳେ ଏବେ ସକାଳ ୭ରୁ ରାତି ୯ଟା ଯାଏଁ ଦର୍ଶନ କରିପାରିବେ ଭକ୍ତ ।
ରବିବାର ଛଡା ଅନ୍ୟ ବିଶେଷ ଦିନରେ ମଧ୍ୟ ବନ୍ଦ ରହିବ ଶ୍ରୀମନ୍ଦିର । ଯେପରିକି ସେପ୍ଟେମ୍ବର ୧୦ରେ ଗଣେଶ ପୂଜା, ସେପ୍ଟେମ୍ବର ୧୭ରେ ବିଶ୍ୱକର୍ମା ଓ ବାମନ ଜନ୍ମ, ୬ ଅକ୍ଟୋବରରେ ମହାଳୟା, ୧୫ ଅକ୍ଟୋବରରେ ଦଶହରା, ୨୦ ଅକ୍ଟୋବରରେ କୁମାରପୂର୍ଣ୍ଣିମା ଭଳି ବିଶେଷ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ନଭେମ୍ବରରେ ପୁଣିଥରେ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ । ତେବେ ଆଜି ଆସିଥିବା ଏସଓପିରେ ଦୀପ ଦାନ ପାଇଁ କଟକଣାକୁ କୋହଳ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା।
ତେବେ ପୂର୍ବଭଳି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ନଚେତ ଦୁଇଟି ଡୋଜ ଟୀକାକରଣର ପ୍ରମାଣପତ୍ର ଦେଖାଇବାକୁ ପଡିବ । ଆରଟିପିସିଆର ନେଗେଟିଭ ରିପୋର୍ଟ ନଥିଲେ କିମ୍ବା ଦୁଇଟି ଡୋଜ ଟୀକା ନେଇନଥିଲେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହାବାଦ୍ ମନ୍ଦିର ଭିତରେ କୋଭିଡ ଗାଇଡଲାଇନକୁ କଡାକଡି ପାଳନ କରାଯିବ । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥ୍ା ନେଇ ଏସଓପି ବୈଠକରେ ନିଷ୍ପତ୍ତି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/27-10.jpg)