ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅଘଟଣ : ସେବାୟତଙ୍କ କାଠ ଫାଳିଆ ମାଡରେ ଅନ୍ୟ ଜଣେ ସେବାୟତ ଗୁରୁତର ଆହତ

258

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ଘଟିଲା ଅଘଟଣ । ରୋଷଘରେ ଆରମ୍ଭ ହୋଇଥିବା ଦୁଇ ସେବାୟତଙ୍କ ଗଣ୍ଡଗୋଳ ଉଗ୍ରରୁପ ନେଇଥିଲା ଆନନ୍ଦବଜାର ସ୍ନାନବେଦୀ ନିକଟରେ । ଆଜି ପୂର୍ବାହ୍ନ ୧୧ଟା ସମୟରେ ସ୍ନାନବେଦୀ ନିକଟରେ ସେବାୟତଙ୍କ କାଠ ଫାଳିଆ ମାଡରେ ଅନ୍ୟ ଜଣେ ସେବାୟତଙ୍କ ମୁଣ୍ଡ ଫାଟିଛି । ସେବାୟତ ହରେକୃଷ୍ଣ ସୁଆର ମୁହଁ ଧୋଉଥିବା ବେଳେ ସେବାୟତ ବୁଲୁପଣ୍ଡା କାଠ ଫାଳିଆରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଗୁରୁତର ଆହତ ହରେକୃଷ୍ଣ ସୁଆରଙ୍କୁ ଶ୍ରୀମନ୍ଦିର ଜେଟିପି ଓ ପୁଲିସ ଆମ୍ବୁଲାନ୍ସରେ ପୁରୀ ସଦର ହସ୍ପିଟାଲରେ ଭର୍ତି କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏନେଇ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ହରେକୃଷ୍ଣ ସୁଆର । ରୋଷଘର ଚୁଲିକୁ ନେଇ ସେବାୟତ ବୁଲୁପଣ୍ଡା ଓ ହରେକୃଷ୍ଣ ସୁଆରଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା ।