ବଢିଲା ଶ୍ରୀମନ୍ଦିରର ଶୋଭା । ବାତ୍ୟା ‘ଫୋନି ପରେ ସୁଧୁରୁଛି ପୁରୀ ସ୍ଥିତି, ବଡଦେଉଳ ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା ।

306

କନକ ବ୍ୟୁରୋ : ବାତ୍ୟା ‘ଫୋନି’ର ତାଣ୍ଡବ ପରେ ଧିରେ ଧିରେ ସୁଧୁରୁଛି ଶ୍ରୀକ୍ଷେତ୍ରର ସ୍ଥିତି । ଆଜି ଶ୍ରୀମନ୍ଦିରର ନୀଳଚକ୍ରରେ ଲାଗିଛି ୧୪ ହାତିଆ ବାନା । ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’କୁ ଦୃଷ୍ଟିରେ ରଖି ଗତ ମେ ମାସ ୧ ତାରିଖ ଦିନ ନୀଳଚକ୍ରରେ ୫ ହାତିଆ ବାନା ଲଗାଯାଇଥିଲା । ଆଜି ବାନା ବଦଳାଇ ୧୪ ହାତିଆ ବାନା ଲଗାଇଛନ୍ତି ଚୁନାରା ସେବାୟତ । ଯାହାଦ୍ୱାରା ଶ୍ରୀମନ୍ଦିରର ଶୋଭା ଆହୁରି ବଢିଯାଇଛି ।

ଗତ ମେ ମାସ ୩ ତାରିଖରେ ବାତ୍ୟା ଫୋନି ସ୍ଥଳଭାଗ ଛୁଇଁବା ପରେ ରଚିଥିଲା ତାଣ୍ଡବ । ପ୍ରକୃତିର କରାଳ ରୂପରେ ଛାରଖାର ହୋଇଯାଇଥିଲା ସବୁକିଛି । ଶ୍ରୀହୀନ ହୋଇପଡିଥିଲା ଶ୍ରୀକ୍ଷେତ୍ର । ବାତ୍ୟାକୁ ୭ ଦିନ ପାଖାପାଖି ବିତିଯାଇଥିଲେ ମଧ୍ୟ, ଫୋନି ଯେଉଁ ଚିହ୍ନ ଛାଡିଦେଇ ଯାଇଛି, ତାହା କେବେ ଯେ, ଲିଭିବ ତାର ଆକଳନ କରିବା ମଧ୍ୟ ମୁସ୍କିଲ । ଆଉ ଏପରି ସ୍ଥିତିରେ ଶ୍ରୀମନ୍ଦିରର ସୁନ୍ଦରତା ମଧ୍ୟ ଉଜୁଡିଯାଇଛି ।