ସ୍ୱତନ୍ତ୍ର ବ୍ୟବସ୍ଥାରେ ଜଗା ଦର୍ଶନ ପାଇଁ ଆଜି ପୁରୀବାସୀଙ୍କ ଶେଷ ଦିନ : ଦୁଇଟି ପର୍ଯ୍ୟାୟରେ ଶ୍ରୀଜିଉଙ୍କ ଦର୍ଶନ କରିବେ ୨୮, ୨୯, ୩୧ ୱାର୍ଡ ବାସିନ୍ଦା

ନୂଆବର୍ଷର ପ୍ରଥମ ଦୁଇ ଦିନ ବନ୍ଦ ରହିବ ଭକ୍ତ ଦର୍ଶନ

72

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ଚାଲିଥିବା ଜଗା ଦର୍ଶନର ସ୍ୱତନ୍ତ୍ର ବ୍ୟବସ୍ଥାର ଶେଷ ଦିନ । ଆଜି ସକାଳ ୭ଟା ୩୦ରୁ ୧୧ଟା ୩୦ ମଧ୍ୟରେ ୱାର୍ଡ ନମ୍ବର ୨୮ ବାସିନ୍ଦା, ମଧ୍ୟାହ୍ନ ୧୨ଟାରୁ ୪ଟା ୩୦ ମଧ୍ୟରେ ୱାର୍ଡ ନମ୍ବର ୨୯ ଏବଂ ୩୧ ବାସିନ୍ଦା ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ଗତ ୨୩ ତାରିଖରୁ ଭକ୍ତଙ୍କ ପାଇଁ ସିଂହଦ୍ୱାର ଫିଟିଥିଲେ ମଧ୍ୟ ପ୍ରଥମ ତିନି ଦିନ ସେବାୟତ ପରିବାରଙ୍କ ପାଇଁ ଦର୍ଶନର ବ୍ୟବସ୍ଥା ରହିଥିଲା । ଏହା ପରଠାରୁ ସହରବାସୀଙ୍କ ପାଇଁ ୱାର୍ଡ ୱାରି ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଜି ଏହି ଧାରାର ଶେଷ ଦିନ ।

ଏହାପରେ ଜାନୁଆରୀ ୧ ଓ ୨ ତାରିଖ ଦୁଇ ଦିନ ଶ୍ରୀଜିଉଙ୍କ ଦର୍ଶନକୁ ବନ୍ଦ ରଖାଯିବ ଏବଂ ୩ ତାରିଖରୁ ବାହାର ଲୋକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିଛି ପ୍ରଶାସନ । ତେବେ ମନ୍ଦିରକୁ ପ୍ରବେଶ କରିବା ପାଇଁ କୋଭିଡ୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ ଦାଖଲ କରିବାକୁ ପଡିବ । ଶୃଙ୍ଖଳିତ ଦର୍ଶନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ହୋଇଥିବା ବେଳେ ଅସୁସ୍ଥ ଲୋକ ଏବଂ ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ନଆସିବା ପାଇଁ ଅନୁରୋଧ କରିଛି ପୁରୀ ଜିଲ୍ଲା ପ୍ରଶାସନ । ତେବେ ୩ ତାରିଖ ପରଠାରୁ ଭକ୍ତଙ୍କ ପ୍ରବେଶ ସଂଖ୍ୟା ଉପରେ ମଧ୍ୟ କଟକଣା ରଖାଯାଇଛି ।