କନକ ବ୍ୟୁରୋ : ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ଚୂଡାନ୍ତ ହୋଇଛି । ସେହିପରି ଶାଳିନତା ପୋଷାକ ପରିଧାନ ଉପରେ ସବୁ ପ୍ରକାର ସହଯୋଗ ନିଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଛତିଶାନିଯୋଗ ବୈଠକରେ ସବୁ ନିଯୋଗ ସାମିଲ ହୋଇଥିଲେ । ଏଥିରେ ଶୃଙ୍ଖଳିତ ଦର୍ଶନ, ବାଳଭୋଗ ଓ କିଭଳି ଠିକ୍ ସମୟରେ ମହାପ୍ରସାଦ ବାହାରିବ, କାର୍ତ୍ତିକ ମାସର ଶେଷ ୫ ଦିନରେ ମହାପ୍ରଭୁଙ୍କ ୫ଟି ବେଶ, ଭିଡ ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଛି ।

Advertisment

ଏହି ମାସରେ କେବଳ ହବିଷ୍ୟାଳି ନୁହେଁ ଭକ୍ତଙ୍କ ଅସମ୍ଭବ ଭିଡକୁ ଆଖିରେ ରଖି ରୋଷଘରକୁ ଦର୍ଶନ ପାଇଁ କୌଣସି ଭକ୍ତଙ୍କୁ ଛଡାଯିବ ନାହିଁ । ସେହିପରି କୌଣସି ଭକ୍ତ ଗୋଟିଏ ସ୍ଥାନରେ ଛିଡା ହୋଇ ରହିବେ ନାହିଁ । ହବିଷ୍ୟାଳିଙ୍କ ସହ ବୃଦ୍ଧ, ବୃଦ୍ଧାଙ୍କ ଦର୍ଶନ ଉପରେ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ଯୋଜନା କରାଯାଇଛି । ସେହିପରି ଆସନ୍ତା ୨୮ରେ ହେବାକୁ ଥିବା ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି ।