ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ମନ୍ଦିର ବେଢାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କଲେ ଜଣେ ଯୁବକ

Advertisment
ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ମନ୍ଦିର ବେଢାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କଲେ ଜଣେ ଯୁବକ

କନକ ବ୍ୟୁରୋ : ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ମନ୍ଦିର ବେଢାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କଲେ ଜଣେ ଯୁବକ । ଫଟୋଟି ଏକ ପ୍ରଫେସନାଲ କ୍ୟାମେରାରେ ସୁଟ୍ କରାଯାଇଥିବା ଅନୁମାନ କରାଯାଉଛି । ତେବେ କେମିତି ଓ କିପରି ମୋବାଇଲ କିମ୍ବା କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ ଯୁବକ ଜଣଙ୍କ, ତାକୁ ନେଇ ଉଠିଲା ପ୍ରଶ୍ନ । ବାରମ୍ବାର ବାରଣ ସତ୍ୱେ ଏପରି ତ୍ରୁଟି କିପରି ହେଉଛି, ତାକୁ ନେଇ ଉଠୁଛି ପ୍ରଶ୍ନ । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି । ୨୦୨୨ରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ଖୁବ୍ ବିବାଦ ଦେଖା ଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe