ପୁରୀ ହାଜତ ମୃତ୍ୟୁ ମାମଲା । ହାଇକୋର୍ଟରେ ମାମଲାର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ ପୁରୀ ଏସପି । ୩୦୭ ଦଫାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ ପ୍ରକାଶ 

207

କନକ ବ୍ୟୁରୋ : ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଆଜି ଏସପିଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି । ମାମଲାର ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିଛନ୍ତି ପୁରୀ ଏସପି । ଜାନୁଆରୀ ୨୮ରେ ପରବର୍ତୀ ଶୁଣାଣୀ ଅଛି ।  ପୂର୍ବରୁ ହାଇକୋର୍ଟରେ ଗୋଟିଏ କ୍ରମିନାଲ କେସ ଓ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।

ଯେହେତୁ ଦୁଇଟି  ମାମଲା ଜନସ୍ୱାର୍ଥ  ସମ୍ବଳିତ ଥିଲା ତେଣୁ ଦୁଇଟି ଯାକ ମାମଲାର ଏକାଠି ଶୁଣାଣି ହୋଇଛି ।  ପିଟିସନର  ଗୋପାଳ ପଣ୍ଡା ଆବେଦନ କରିଥିବା  ସିବିଆଇ ତଦନ୍ତ ଓ ନିଲମ୍ବିତ ୩ ପୁଲିସ କର୍ମଚାରୀଙ୍କୁ ୩୦୨ ଦଫାରେ ଗିରଫ ଉପରେ ଶୁଣାଣି ହୋଇଥିଲା । ୩୦୭ ଦଫାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।