କନକ ବ୍ୟୁରୋ: କୋର୍ଟ ଗଲେ ପ୍ରଦୀପ ମହାରଥୀ । ଗିରଫ ପରେ ପ୍ରଦୀପ ମହାରଥୀଙ୍କୁ ପିପିଲି ଜେଏମଏଫସି କୋର୍ଟକୁ ଚାଲାଣ କରିଛି ପିପିଲି ପୁଲିସ । ଫାର୍ମ ହାଉସରେ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗରେ ପ୍ରଦୀପ ମହାରଥୀଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି । ଏହାସହ ତାଙ୍କ ବିରୋଧରେ ହତ୍ୟା ଭଳି ସାଙ୍ଘାତିକ ଦଫା ଲଗାଇଛି ପୁଲିସ ।
ପ୍ରଦୀପ ମହାରଥୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୧୪୭, ୧୪୮, ୧୮୮, ୨୯୪, ୩୪୧, ୧୫୩, ୩୩୩, ୧୭୧ ବି, ୫୦୬, ୩୦୭, ୧୪୯, ୧୨୩ ଲୋକ ପ୍ରତିନିଧି ଆଇନ୍ ଦଫା ଲାଗିଛି । ପିପିଲିରେ ଫାର୍ମ ହାଉସ ଯାଂଚ କରିବାକୁ ଯିବା ବେଳେ ଫ୍ଲାଇଂ ସ୍କାଡ ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ର ଓ ତାଙ୍କ ଟିମଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଆକ୍ରମଣରେ ମହାରଥୀଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିବା ପୁରୀ ଏସପି ଡକ୍ଟର ଉମାଶଙ୍କର ଦାସ କହିଛନ୍ତି ।
ପୁରୀ ଏସପିଙ୍କ ସୂଚନା ମୁତାବକ, ପ୍ରଦୀପ ମହାରଥୀଙ୍କ ଉପସ୍ଥିତିରେ ତାଙ୍କ କର୍ମୀମାନେ ଫ୍ଲାଇଂ ସ୍କାର୍ଡ ଟିମ୍ ଉପରେ ଆକ୍ରମଣ କରାଯାଇଥିଲା । ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ । ତେବେ କିଛି ଅନୈତିକ କାମ ହେଉଥିବା ଖବର ପାଇ ପୁଲିସର ଫ୍ଲାଇଙ୍ଗ ସ୍କାର୍ଡ ଟିମ ଏକ ଜାଗାକୁ ଯାଇଥିଲେ । ସେଠାରେ ଜୈନିକ ପ୍ରାର୍ଥୀ ତାଙ୍କର କିଛି ଲୋକ ଥିଲେ । ତେବେ ଯେତେବେଳେ ଫ୍ଲାଇଁ ସ୍କାର୍ଡ ଚେକିଂ ପ୍ରକ୍ରିୟା ଆରମ୍ଭ କରିଥିଲେ ଏହି ସମୟରେ ପ୍ରଦୀପ ମହାରଥି ଆସି ପହଂଚିଥିଲେ ଏବଂ ତାଙ୍କ ଉପସ୍ଥିତିରେ ସେମାନେ ସରକାରୀ କର୍ମଚାରୀଙ୍କ କାମରେ ବାଧା ଦେବା ସହ ମହାରଥୀଙ୍କ ପ୍ରରୋଚନାରେ ଫ୍ଲାଇଂ ସ୍କାର୍ଡର ସଦସ୍ୟମାନଙ୍କୁ ଅତର୍କିତ ଆକ୍ରମଣ କରିଥିବା କହିଛନ୍ତି ପୁରୀ ଏସପି ଡକ୍ଟର ଉମାଶଙ୍କର ଦାସ ।
ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମହାରଥୀ । ଫେସବୁକରେ ପ୍ରତିକ୍ରିୟା ରଖି ପ୍ରଦୀପ ମହାରଥୀ କହିଛନ୍ତି ଏହି ଘଟଣାରେ ତାଙ୍କର କି ତାଙ୍କ ଦଳର କୌଣସି ସଂପର୍କ ନାହିଁ । ଫାର୍ମ ହାଉସରେ ମହାରଥୀଙ୍କ କର୍ମୀ ଥିବା ବେଳେ ଫାର୍ମ ହାଉସ ଗେଟ ଭାଙ୍ଗି ଫ୍ଲାଇ ସ୍କାର୍ଡ ଟିମ୍ ଭିତରେ ପସିଥିଲେ । ଏନେଇ ରାତିରେ ତାଙ୍କ ପାଖରେ କୌଣସି ଖବର ନଥିବା, ବରଂ ସେ ସକାଳୁ ଗଣମାଧ୍ୟମରୁ ଖବର ବାବଦରେ ଜାଣିବାକୁ ପାଇଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/sp_01310.png)
/kanak/media/post_attachments/wp-content/uploads/2019/04/vlcsnap-2019-04-22-16h23m35s124-300x220.png)
/kanak/media/post_attachments/wp-content/uploads/2019/04/vlcsnap-2019-04-22-16h23m49s240-300x220.png)
/kanak/media/post_attachments/wp-content/uploads/2019/04/MAHARATHI-GFX-up-300x169.jpg)