ରତ୍ନଭଣ୍ଡାର ଭିତରେ ଏସପି ଅସୁସ୍ଥ । ଭିତରେ ଏସପିଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର

2,306

କନକ ବ୍ୟୁରୋ : ପୁରୀ ଶ୍ରୀକ୍ଷେତ୍ରରୁ ଆସିଲା ବଡ ଖବର । ରତ୍ନଭଣ୍ଡାର ନିକଟରେ ଅସୁସ୍ଥ ହୋଇପଡିଲେ ପୁରୀ ଏସପି ପିନାକ ମିଶ୍ର । ରତ୍ନଭଣ୍ଡାର ନିକଟରେ ଚେତା ହରାଇଲେ ପୁରୀ ଏସପି । ଭିତରେ ଏସପିଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର ।

ସେବାୟତ ଦେଉଥିବା ସୂଚନା ଆଧାରରେ, ରତ୍ନଭଣ୍ଡାରର ଦ୍ୱିତୀୟ କବାଟ ଖୋଲିବା ପରେ ଅଳନ୍ଧୁ ସଫା କରିବା ପାଇଁ ଭିତରକୁ ଝାଡୁ ଯାଇଥିଲା । ଝାଡୁ ଦ୍ୱାରା ଅଳନ୍ଧୁକୁ ସଫା କରାଯାଉଛି । ଆଉ ଏହାରି ଭିତରେ ପୁରୀ ଏସପି ରତ୍ନଭଣ୍ଡାର ନିକଟରେ ଅଚେତ ହୋଇପଡିବା ଭୟ ବଢାଇଛି ।