ଲୋକଙ୍କ ପାଇଁ ଆସୁଥିବା କିରୋସିନର ହେଉଛି ଚୋରାଚାଲାଣ : ଡ଼ିଲର ଏବଂ କୁଜି ନେତା ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା

84

କନକ ବ୍ୟୁରୋ : କ୍ୟାମେରାରେ କଏଦ ହେଲା କିରୋସିନ୍ ଚୋରା ଚାଲାଣର ବାସ୍ତବ ଚିତ୍ର । ସରକାର ଗରିବ ସାଧାରଣ ଲୋକଙ୍କ ପାଇଁ କିରୋସିନ୍ ଯୋଗାଇବା ପାଇଁ ଅନେକ ପଦକ୍ଷେପ ହାତକୁ ନେଉଛନ୍ତି । କିନ୍ତୁ ଗରିବ ଲୋକଙ୍କୁ କିରୋସିନ୍ ନଦେଇ ଦିନ ଦ୍ୱିପ୍ରହରେ ଶହ ଶହ କିରୋସିନ୍ ଚୋରି କରାଯାଉଛି । ଯାହାର ବାସ୍ତବ ଚିତ୍ର କ୍ୟାମେରାରେ କଏଦ ହୋଇଛି ।

ଏଭଳି ଚିତ୍ର ପୁରୀ ଜିଲ୍ଲା କଣାସ ଅଂଚଳରେ ଦେଖିବାକୁ ମିଳିଛି । ତେବେ ଏହି କିରୋସିନ୍ ଚୋରା ଚାଲାଣରେ ବଡ଼ ଗ୍ୟାଙ୍ଗ ଥିବା ସନ୍ଦେହ କରାଯାଉଛି । କିରୋସିନ୍ ଆଣିଥିବା ବ୍ୟକ୍ତି ଧରାପଡ଼ିବା ପରେ ସଫେଇ ରଖିଛନ୍ତି । ତେବେ କିରୋସିନ୍ ବୋଝେଇ ଗାଡ଼ି ଲୋକ ଗହଳି ପୂର୍ବରୁ ଚମ୍ପଟ ମାରିଛି । ଏହି କିରୋସିନ୍ ଚୋରା ଚାଲାଣରେ କଣାସ ଅଂଚଳର କିଛି ଡ଼ିଲର ଏବଂ କୁଜି ନେତା ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି ।