କନକ ବ୍ୟୁରୋ : କ୍ୟାମେରାରେ କଏଦ ହେଲା କିରୋସିନ୍ ଚୋରା ଚାଲାଣର ବାସ୍ତବ ଚିତ୍ର । ସରକାର ଗରିବ ସାଧାରଣ ଲୋକଙ୍କ ପାଇଁ କିରୋସିନ୍ ଯୋଗାଇବା ପାଇଁ ଅନେକ ପଦକ୍ଷେପ ହାତକୁ ନେଉଛନ୍ତି । କିନ୍ତୁ ଗରିବ ଲୋକଙ୍କୁ କିରୋସିନ୍ ନଦେଇ ଦିନ ଦ୍ୱିପ୍ରହରେ ଶହ ଶହ କିରୋସିନ୍ ଚୋରି କରାଯାଉଛି । ଯାହାର ବାସ୍ତବ ଚିତ୍ର କ୍ୟାମେରାରେ କଏଦ ହୋଇଛି ।
ଏଭଳି ଚିତ୍ର ପୁରୀ ଜିଲ୍ଲା କଣାସ ଅଂଚଳରେ ଦେଖିବାକୁ ମିଳିଛି । ତେବେ ଏହି କିରୋସିନ୍ ଚୋରା ଚାଲାଣରେ ବଡ଼ ଗ୍ୟାଙ୍ଗ ଥିବା ସନ୍ଦେହ କରାଯାଉଛି । କିରୋସିନ୍ ଆଣିଥିବା ବ୍ୟକ୍ତି ଧରାପଡ଼ିବା ପରେ ସଫେଇ ରଖିଛନ୍ତି । ତେବେ କିରୋସିନ୍ ବୋଝେଇ ଗାଡ଼ି ଲୋକ ଗହଳି ପୂର୍ବରୁ ଚମ୍ପଟ ମାରିଛି । ଏହି କିରୋସିନ୍ ଚୋରା ଚାଲାଣରେ କଣାସ ଅଂଚଳର କିଛି ଡ଼ିଲର ଏବଂ କୁଜି ନେତା ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/vlcsnap-2021-08-29-09h45m10s994.png)