ରଥଯାତ୍ରା ପାଇଁ ମିଳୁଛି ସଂକେତ : ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ସେବାୟତଙ୍କୁ ବଂଟାଯିବ ସମ୍ବଲପୁରୀ କପଡାରେ ପ୍ରସ୍ତୁତ ମାସ୍କ ଓ ଗାମୁଛା

326

କନକ ବ୍ୟୁରୋ : ରଥଯାତ୍ରା ପାଇଁ ମିଳୁଛି ସଂକେତ । ଆଜି ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଆଲୋଚନା ବେଳେ ସୃଙ୍ଖଳିତ ସ୍ନାନଯାତ୍ରା ସମ୍ପନ୍ନ ହୋଇଥିବାରୁ ସେବାୟତଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ଏହାସହ ରଥ ନିର୍ମାଣ କାମ ବାବଦରେ ଆଲୋଚନା କରାଯାଇଛି ।
ଏହି ଆଲୋଚନା ପରେ ମୁଖ୍ୟ ପ୍ରଶାସକ କହିଛନ୍ତି, ସେବାୟତଙ୍କୁ ସମ୍ବଲପୁରୀ କପଡାରେ ପ୍ରସ୍ତୁତ ମାସ୍କ ଓ ଗାମୁଛା ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ବୟନିକା ସହ ଆଲୋଚନା କରୁଛନ୍ତି । ଏହା ସହ ସେବାୟତଙ୍କ ସୁରକ୍ଷା ପାଇଁ ସେବାୟତଙ୍କ ମଧ୍ୟରେ ବଣ୍ଟାଯିବ ୫ହଜାର ମାସ୍କ । ମାସ୍କ ପ୍ରସ୍ତୁତ କରିବା ନେଇ ବୟନିକାକୁ ଏହାର ଡିଜାଇନ ପ୍ରସ୍ତୁତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ନୀତିକାନ୍ତି ସମୟରେ ସେବାୟତ ମାନେ ଏହି ମାସ୍କ ପରିଧାନ କରିବେ ।