କନକବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ବିତିଲାଣି ୩ ସପ୍ତାହ । କିନ୍ତୁ ଏଯାଏ ହୋଇପାରିଲାନି ରତ୍ନଭଣ୍ଡାରର ଯାଞ୍ଚ କିମ୍ବା ମରାମତି କାର୍ଯ୍ୟ । ଏଥିସହ ରତ୍ନଭଣ୍ଡାର ଭିତରେ ଥିବା ଗୁପ୍ତଧନର ରହସ୍ୟ ମଧ୍ୟ ଖୋଲି ନାହିଁ । ଆଉ ଏହାରି ଭିତରେ ଆଜି ବସିବାକୁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ପରିଚାଳନା କମିଟିର ଏହା ହେଉଛି ଶେଷ ବୈଠକ ।

Advertisment

ତେଣୁ ଏହି ବୈଠକରେ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ବାଜିପାରେ ମୋହର । ଏଥିସହ ସୁଡ଼ଙ୍ଗକୁ ନେଇ ଲୋକଙ୍କ ମନରେ ଥିବା ସନ୍ଦେହ ମଧ୍ୟ ଦୂର କରିବା ପାଇଁ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ । ଦେଖନ୍ତୁ ବୈଠକରେ କଣ ହୋଇପାରେ ଆଲୋଚନା ।