ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀମନ୍ଦିରରେ ଗତକାଲି ବିଭ୍ରାଟ ଘଟିଛି । ଜଣେ ସେବାୟତଙ୍କ ଗୋଡରୁ ରକ୍ତର ଛିଟା ଗର୍ଭଗୃହରେ ପଡିଥିଲା । ଫଳରେ ମଧ୍ୟାହ୍ନ ଧୂପର ଅମୁଣିଆ କୋଠଭୋଗ ମାରା ହୋଇଥିଲା । ଏହା ପରେ ହାଣ୍ଡି ହାଣ୍ଡି କୋଠ ଭୋଗ ନିର୍ମାଲ୍ୟ ଖଳାରେ ପୋତା ଯାଇଥିଲା । ଏହାଫଳରେ ଶ୍ରୀ ମନ୍ଦିରରେ ମହାସ୍ନାନ ହେବା ସହ ୪ ଘଂଟାରୁ ଅଧିକ ସମୟ ଧରି ନୀତି ବିଳମ୍ବ ହୋଇଥିଲା ।
ମଧ୍ୟାହ୍ନ ଭୋଗ ଠିକ ସମୟରେ ନ ହୋଇପାରିବାରୁ ଏହାପରେ ସମସ୍ତ ରୀତିନୀତି ବିଳମ୍ବ ହୋଇଥିଲା । ଏମିତିକି ପବିତ୍ର ପୈାଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଦୁଇଦୁଇଥର ସୁନାବେଶ ମଧ୍ୟ କରିବାକୁ ପଡିଥିଲା । ଶେଷରେ ରାତି ପ୍ରାୟ ୧୦ଟାବେଳେ ଭକ୍ତମାନେ ଅବଢା ପାଇଥିଲେ । ଏହି ଘଟଣାରେ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି । ସେବାୟତ ଗଡୁ ଦିକ୍ଷିତଙ୍କୁ ନିଲମ୍ବନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/39906.jpg)