ଜୁନ୍ ୧୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ସଂକ୍ରମଣ ବଢୁଥିବା ଦେଖି ବଡ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପ୍ରଶାସନ ।

179

କନକ ବ୍ୟୁରୋ: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଥିବାବେଳେ ପୁରୀରୁ ଆସିଛି ବଡ ଖବର । ଜୁନ୍ ୧୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କରୋନା ସଂକ୍ରମଣ ରାଜ୍ୟରେ ବଢୁଥିବା ଦେଖି ଏପରି ଏକ ବଡ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଏହି ସମୟରେ ଯଥାରୀତି ମହାପ୍ରଭୁଙ୍କର ନୀତି ସମ୍ପନ୍ନ ହେବ ବୋଲି କୁହାଯାଇଛି ।

ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଏବଂ ଶ୍ରୀମନ୍ଦିର ଅଫିସିଆଲଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ସଂକ୍ରମଣକୁ ଆଖି ଆଗରେ ରଖି ଶ୍ରୀମନ୍ଦିରକୁ ଜୁନ୍ ୧୫ ଯାଏଁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଛି । ତେବେ ଆଗକୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବାକୁ ଯାଉଛି । ଏହାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ଆଗୁଆ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏପଟେ ଏବେ ପୁରୀରେ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ମଧ୍ୟ କୋଭିଡ୍ କଟକଣାରେ ପାଳନ ହେଉଛି ।