କନକ ବ୍ୟୁରୋ: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଥିବାବେଳେ ପୁରୀରୁ ଆସିଛି ବଡ ଖବର । ଜୁନ୍ ୧୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କରୋନା ସଂକ୍ରମଣ ରାଜ୍ୟରେ ବଢୁଥିବା ଦେଖି ଏପରି ଏକ ବଡ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଏହି ସମୟରେ ଯଥାରୀତି ମହାପ୍ରଭୁଙ୍କର ନୀତି ସମ୍ପନ୍ନ ହେବ ବୋଲି କୁହାଯାଇଛି ।
ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଏବଂ ଶ୍ରୀମନ୍ଦିର ଅଫିସିଆଲଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ସଂକ୍ରମଣକୁ ଆଖି ଆଗରେ ରଖି ଶ୍ରୀମନ୍ଦିରକୁ ଜୁନ୍ ୧୫ ଯାଏଁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଛି । ତେବେ ଆଗକୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବାକୁ ଯାଉଛି । ଏହାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ଆଗୁଆ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏପଟେ ଏବେ ପୁରୀରେ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ମଧ୍ୟ କୋଭିଡ୍ କଟକଣାରେ ପାଳନ ହେଉଛି ।
ଭକ୍ତଙ୍କ ପାଇଁ ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ପ୍ରଭୁ ଦର୍ଶନ ମନା । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବଡ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପ୍ରଶାସନ । #JagannathTemplepic.twitter.com/9eK8TkCT9v
— Kanak News (@kanak_news) May 16, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/176712153_4635226043175574_6093857654193979427_n.jpg)