ଶ୍ରୀମନ୍ଦିର ନେଲାନି ପଢ଼ୁଆଁ ଭାର: ନିଆଳି ମାଧବାନନ୍ଦଜୀଉ ମନ୍ଦିରରୁ ଯାଇଥିବା ପଢ଼ୁଆଁ ଭାରକୁ ଗ୍ରହଣ କଲାନି ମନ୍ଦିର ପ୍ରଶାସନ; ସେବାୟତ ଓ ଗବେଷକ କହିଲେ ନିଆଳିରେ ନୁହେଁ ଶ୍ରୀଜୀଉଙ୍କ ମାମୁଁଘର

Advertisment
ଶ୍ରୀମନ୍ଦିର ନେଲାନି ପଢ଼ୁଆଁ ଭାର: ନିଆଳି ମାଧବାନନ୍ଦଜୀଉ ମନ୍ଦିରରୁ ଯାଇଥିବା ପଢ଼ୁଆଁ ଭାରକୁ ଗ୍ରହଣ କଲାନି ମନ୍ଦିର ପ୍ରଶାସନ; ସେବାୟତ ଓ ଗବେଷକ କହିଲେ ନିଆଳିରେ ନୁହେଁ ଶ୍ରୀଜୀଉଙ୍କ ମାମୁଁଘର

କନକ ବ୍ୟୁରୋ: ନିଆଳି ମାଧବଜୀଉ ମନ୍ଦିରରୁ ପୁରୀ ଶ୍ରୀମନ୍ଦିରକୁ ଯାଇଥିବା ପଢ଼ୁଆଁ ଭାରକୁ ଗ୍ରହଣ କଲା ନାହିଁ ଶ୍ରୀମନ୍ଦିର ପ୍ରଶାସନ । ଏହା ନିଆଳି ମାଧବଙ୍କ ମାମୁଁଘର ନୁହେଁ ବୋଲି କହିଛନ୍ତି ମନ୍ଦିର ସେବାୟତ ଓ ଗବେଷକ । ଗତକାଲି ନିଆଳି ମାଧବଜୀଉ ମନ୍ଦିରରୁ ଯାଇଥିଲା ପଢ଼ୁଆଁ ଭାର । କେବଳ ଭକ୍ତଙ୍କ ଭାବାବେଗକୁ ସମ୍ମାନ କରି ଏହା ମନ୍ଦିରରେ ରଖାଯାଇଛି ବୋଲି କହିଛନ୍ତି ସେବାୟତ ।

publive-image

ଜଗନ୍ନାଥ ସଂସ୍କୁତି ଗବେଷକ ସୂର୍ଯ୍ୟନାୟାରଣ ରଥଶର୍ମାଙ୍କ କହିବାନୁସାରେ, ଏହା ଜଗନ୍ନାଥ ସଂସ୍କୃତି ପରଂପରା ଅନ୍ତର୍ଭୁକ୍ତ ନୁହେଁ କି ଏହା ପରଂପରା ଭର୍ତ୍ତିକ ନୁହେଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାମୁଁ ଘର ନିଆଳି ମଧ୍ୟ ନୁହେଁ । ସେହିଭଳି ଜଗନ୍ନାଥଙ୍କ ପରଂପରା ଭିତରେ ନିଆଳିରୁ ଏପରି ସାମଗ୍ରୀ ଆସି ମହାପ୍ରଭୁଙ୍କୁ ପ୍ରଥମାଷ୍ଠମୀ ଦିନ ଅର୍ପଣ କରାଯିବାର ବିଧାନ ଆମେ ପ୍ରଥମ ଥର ଲାଗି ଚଳିତ ବର୍ଷ ଦେଖୁଛୁ । ତେଣୁ ଯଦି ଏହି ପରଂପରା ଆମ ସଂସ୍କୃତିରେ ରହିଛି ତେବେ ଗ୍ରହଣ କରନ୍ତୁ ଯଦି ଏହା ଆମ ଜଗନ୍ନାଥ ସଂସ୍କୃତିରେ ନାହିଁ ତେବେ ଏହାକୁ ପରିତ୍ୟାଗ କରନ୍ତୁ ବୋଲି କହିବା ସହ ଜଗନ୍ନାଥ ସଂସ୍କୃତିକୁ ଅପପ୍ରଚାରରେ ପ୍ରବେଶ ନକରିବାକୁ କରନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି । ଜଗନ୍ନାଥଙ୍କୁ ଭଲ ପାଆନ୍ତୁ କିନ୍ତୁ ଅପସଂସ୍କୃତିକୁ ସୃଷ୍ଟି କରିବା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ନିବେଦନ କରିଛନ୍ତି ଜଗନ୍ନାଥ ସଂସ୍କୁତି ଗବେଷକ ସୂର୍ଯ୍ୟନାୟାରଣ ରଥଶର୍ମା ।

publive-image

ସେପଟେ,  କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଛି । ସଂକୀର୍ତନ ମଣ୍ଡଳୀର ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରି ଗତକାଲି ଶ୍ରୀକ୍ଷେତ୍ର ଯାଇଥିଲା ବେଳେ ଗତ କିଛି ବର୍ଷ ହେବ ବନ୍ଦ ରହିଥିଲା ଏହି ପ୍ରଥା । ତେବେ ପରମ୍ପରାକୁ ପୁନଃ ପ୍ରଚଳନ କରିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଥିଲା । ପୁରାତନ ପ୍ରଥାକୁ ବଚାଂଇ ରଖିବାକୁ ଚଳିତ ବର୍ଷ ନିଆଳିର ମାଧବାନନ୍ଦଜୀଉ ମନ୍ଦିରର ଛତିଶା ସେବକ ନିଯୋଗ ସହ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଶ୍ରୀ ଜଗନ୍ନାଥ ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଭାର ଓ ନୁଆ ବସ୍ତ୍ର ନେଇ ପୁରୀ ଯାଇଥିଲେ । ତୃତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ୧୨ ଶହ ୨୬ ଖ୍ରୀଷ୍ଟାଦ୍ଦରୁ ମାଧବ ମନ୍ଦିରରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରଥମାଷ୍ଟମୀ ଭାର ଯିବାର ପରମ୍ପରା ରହିଛି । ଆଉ ସେବେଠାରୁ ଚାଲିଆସୁଛି ଏହି ପରମ୍ପରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe