ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଜି ଆସିପାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ୭୫ ମିଟର ଯାଏଁ ଉଚ୍ଛେଦ ନେଇ ଶୁଣାଇପାରନ୍ତି ରାୟ

ଆମିକସକ୍ୟୁରୀ ଏବଂ ଜିଲ୍ଲା ଜର୍ଜଙ୍କ ପ୍ରସ୍ତାବ ଉପରେ ବି ଆସିପାରେ ନିଷ୍ପତି

132

କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ଆଜି ଆସିବ ଗୁରୁତ୍ୱପୂର୍ଣ୍ଣ ରାୟ । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସମେତ ଅନେକ ସଂସ୍କାରମୁଳକ ପଦକ୍ଷେପ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇବେ । ସେହିପରି ମେଘନାଦ ପାଚେରୀରୁ ୭୫ ମିଟର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଣି କରିପାରନ୍ତି ।

ଇଂଟର କଂଟିନେନଟାଲ ଲୟର୍ସ ଆସୋସିଏସନ୍ ପକ୍ଷରୁ ବାହାର ସୌନ୍ଦର୍ଯ୍ୟକରଣ ତଦାରଖ ପାଇଁ ପୂର୍ବତନ ବିଚାରପତି ଜିବି ପଟ୍ଟନାୟକ ଏବଂ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ପ୍ରାର୍ଥନା କରାଯାଇଥିଲା । ଯାହା ଉପରେ ମତାମତ ନେବା ପାଇଁ ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କୁ କୋର୍ଟ ପୂର୍ବରୁ କହିଥିଲେ । ସେପଟେ ଶ୍ରୀମନ୍ଦିର ସଂସ୍କାର ପାଇଁ ଆମିକସ କ୍ୟୁରି ଏବଂ ଜିଲ୍ଲା ଜର୍ଜ ଦେଇଥିବା ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମଧ୍ୟ ରାୟ ଶୁଣାଇପାରନ୍ତି ସୁପ୍ରିମକୋର୍ଟ ।