ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ଘୁଞ୍ଚିଲା : ସେପ୍ଟମ୍ବର ଦ୍ୱିତୀୟ ସପ୍ତାହରେ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ପୁରୀ ଆସି ପରିଦର୍ଶନ କଲାପରେ ମାମଲାର ହେବ ଶୁଣାଣି

ଗଜପତିଙ୍କୁ ଟାର୍ଗେଟ କଲେ ବିଜୟ । କହିଲେ, ଶସ୍ତା ବିବୃତି ଦେଇ ଖସି ପାରିବେନି ଗଜପତି

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ହେବାକୁ ଥିବା ଶ୍ରାମନ୍ଦିର ସଂସ୍କାର ସମ୍ପର୍କିତ ଶୁଣାଣି ଘୁଞ୍ଚାଇ ଦିଆଯାଇଛି । ଶୁଣାଣି କରିବାକୁ ଥିବା ଜଷ୍ଟିସ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ୪ ସପ୍ତାହ ସମୟ ମାଗିଥିବା ସୂଚନା ମିଳିଛି । ତେବେ ସେ ମନ୍ଦିର ଆସି ପରିଦର୍ଶନ କଲାପରେ ଏହି ମାମଲାର ଶୁଣାଣି କରିବ ବୋଲି ସୂଚନା ମିଳିଛି । ଏହାସହ ସେ ସେପ୍ଟମ୍ବର ଦ୍ୱତୀୟ ସପ୍ତାହରେ ପୁରୀ ଆସିବେ ବୋଲି ଜଣାପଡିଛି । ପୁରୀରେ ଆସି ନିଜେ ଅନୁଧ୍ୟାନ କଲା ପରେ ମାମଲାର ଶୁଣାଣି ହେବ ବୋଲି ସୂଚନା ମିଳିଛି । ତେବେ ଦେଶର ୪ଟି ପ୍ରମୁଖ ମନ୍ଦିରର ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ତିନିଜଣିଆ କମିଟି ସୁପ୍ରିମକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲା । ରିପୋର୍ଟରେ ଶ୍ରୀମନ୍ଦିର ପରିଚାଳନାଗତ ଉନ୍ନତ ପାଇଁ ୧୮ଟି ବ୍ୟବସ୍ଥା ଲାଗୁ କରିବାକୁ ସୁପାରିସ କରାଯାଇଛି। ଭକ୍ତମାନେ ବିନା ବାଧାବିଘ୍ନରେ କିଭଳି ଦର୍ଶନ କରିପାରିବେ, ସେବକଙ୍କ ସଂଖ୍ୟାକୁ କିଭଳି ସୁବ୍ୟବସ୍ଥିତ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଛି।

publive-image publive-imageସେହିଭଳି ଦର୍ଶନ ସମୟରେ କୌଣସି ପ୍ରକାର ଦକ୍ଷିଣାକୁ ପ୍ରଶ୍ରୟ ନଦେବା, ରୋଷଘର ଓ ଆନନ୍ଦବଜାର ପରିଚାଳନାକୁ ନେଇ ପୃଥକ୍ ନିୟମ ତିଆରି କରିବା, ଶୁଖିଲା ପ୍ରସାଦ ବ୍ୟବସ୍ଥାକୁ ବନ୍ଦ କରିବା ଏବଂ ମହାପ୍ରସାଦକୁ କେବଳ ଆନନ୍ଦ ବଜାରରେ ବିକ୍ରି କରିବା ନେଇ ମଧ୍ୟ କମିଟି ସୁପାରିସ କରିଛି। ଏହାବ୍ୟତୀତ ଆନନ୍ଦ ବଜାର ଓ ଏହାର ଆଖପାଖ ସ୍ଥାନରେ ଭିକାରି ଓ ଅଣସେବକ ବ୍ରାହ୍ମଣଙ୍କ କାର‌୍ୟ୍ୟକଳାପକୁ ବାରଣ କରିବାକୁ କୁହାଯାଇଥିଲା । ଯଦି କୌଣସି ବ୍ୟକ୍ତି ବ୍ରାହ୍ମଣମାନଙ୍କୁ ଖାଦ୍ୟ ଯୋଗାଇବାକୁ ଚାହିବେ, ସେମାନେ ମନ୍ଦିର ପ୍ରଶାସନରେ ଟଙ୍କା ଜମା କରିବେ ଏବଂ ମନ୍ଦିର ପ୍ରଶାସନ ସେମାନଙ୍କ ପାଇଁ ମନ୍ଦିର ବାହାରେ ଖାଦ୍ୟର ବ୍ୟବସ୍ଥା କରିବ। କୋଠଭୋଗ ପ୍ରଥାକୁ ଉଚ୍ଛେଦ କରିବା, ମନ୍ଦିର ପରିସରରେ ସ୍ୱଚ୍ଛତା ଓ ପରିମଳ ପାଇଁ ସୁବନ୍ଦୋବସ୍ତ କରିବା ଲାଗି ପେସାଦାରଙ୍କ ଦ୍ୱାରା ପରିମଳ ଯୋଜନା ପ୍ରସ୍ତୁତ କରିବାକୁ ରିପୋର୍ଟରେ କୁହାଯାଇଛି। ଆବଶ୍ୟକ ସ୍ଥଳେ ଏହି ବ୍ୟବସ୍ଥାକୁ ଆଉଟ୍ସୋର୍ସିଂ କରିବା ପାଇଁ ମଧ୍ୟ କୁହାଯାଇଛି। ଏହା ବାଦ୍ ଆବଶ୍ୟକ ସଂଖ୍ୟକ ଶୌଚାଳୟ ମନ୍ଦିର ପରିସରରେ ନିର୍ମାଣ କରିବା ଏବଂ ସେଗୁଡ଼ିକର ଉପଯୁକ୍ତ ପରିଚାଳନା ଦିଗରେ ଧ୍ୟାନ ଦେବାକୁ ସୁପାରିସରେ ଉଲ୍ଲେଖ ରହିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe