କନକ ବ୍ୟୁରୋ: ସାନିଟାଇଜ ହେଲା ପୁରୀ ଶ୍ରୀମନ୍ଦିର । କରୋନା ସଂକ୍ରମଣ ପାଇଁ ପ୍ରତି ରବିବାରେ ଶ୍ରୀମନ୍ଦିର ସାନିଟାଇଜ କରାଯାଉଥିବା ବେଳେ ଆଜି ମଧ୍ୟ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି । ଶ୍ରୀମନ୍ଦିର ଭିତର ବାହାରକୁ ସାନିଟାଇଜ କରିଛି ପ୍ରସାଶନ । ଶନିବାର ଏବଂ ରିବିବାର ସଟଡ଼ାଉନ୍ ଜାରି ରହିଥିବା ବେଳେ ଶ୍ରୀମନ୍ଦିର ମଧ୍ୟ ବନ୍ଦ ରହିଛି । ଏହି ଅବସରରେ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କଯାଇଛି ।
ସେପଟେ ମେ ୧୫ ଯାଏଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଭକ୍ତଙ୍କ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି । ହେଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଜରିଆରେ ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ପୂର୍ବଭଳି ଚାଲିବ । ଗତକାଲି ଟୁଇଟ କରି ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ସାପ୍ତାହିକ ସଟଡ଼ାଉନ୍ ଯୋଗୁଁ ଏବେ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ସୋମବାର ଠାରୁ ଏହି ନିଷ୍ପତି ଲାଗୁ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/11-24.jpg)