ପୁରୀରେ ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ : ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ବଳିଆପଣ୍ଡା ପୋଲିସ

208

କନକ ବ୍ୟୁରୋ : ପୁରୀରେ ପୁଣି ଜଣେ ନାବାଲିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ହେଲେ ଏହି ଘଟଣା ପୁଣିଥରେ ଆଲୋଡନ ସୃଷ୍ଟି କରିଛି । ଗତ ୨୩ ତାରିଖରେ ଟାଉନଥାନା ସିଦ୍ଧବକୁଳ ମଠ ଲେନରେ ଜଣେ ୫ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଥିଲେ । ଏହି ସମୟରେ ବଳିଆପଣ୍ଡା ଥାନା ଅଂଚଳରେ ମଧ୍ୟ ଅନ୍ୟ ଜଣେ ୫ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିଲା ।

ଏନେଇ ଅଭିଯୋଗ ପରେ ବଳିଆପଣ୍ଡା ଥାନା ପୋଲିସ ଅଭିଯୁକ୍ତ ଶିବାଶିଷ ତ୍ରିପାଠୀକୁ ଗିରଫ କରିଛି । ଅଭିଯୋଗ ଅନୁସାରେ ଗତ ୨୩ ତାରିଖରେ ବିଜୟନଗ ଶିବଶକ୍ତି ସାହିରେ ରହୁଥିବା ଶିବାଶିଷ ସେହି ଅଂଚଳର ଜଣେ ୫ ବର୍ଷର ନାବାଳିକାକୁ ଚିକେନ୍ ଖାଇବା ପାଇଁ ଘରକୁ ଡାକିଥିଲା । ଘରେ ସ୍ତ୍ରୀ ନଥିବାରୁ ନାବାଳିକା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲା । ହେଲେ ଝିଅକୁ ଖୋଜି ଖୋଜି ତାର ମାଆ ସେଠାରେ ପହଂଚି ଯିବାରୁ ପ୍ରତିବାଦ କରିଥିଲେ । ହେଲେ ଅଭିଯୁକ୍ତ ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତାକୁ ଉଠାଇ ଆଣିଛି । ଅଭିଯୁକ୍ତ ନାଁରେ ପୂର୍ବରୁ ୫ଟି ମାମଲା ଥିବା ପୋଲିସ କହିଛି ।