କନକ ବ୍ୟୁରୋ: ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଶଙ୍କରାଚାର୍ୟ୍ୟ ଦେଇଛନ୍ତି ବଡ ବୟାନ। ଶଙ୍କରାଚାର୍ଯ୍ୟ କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ କୌଣସି ପଦକ୍ଷେପ ନେବା ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ କରିଵା ଉଚିତ। କିନ୍ତୁ , ମୋର ଉପସ୍ଥିତରେ ମିଟିଙ୍ଗ ହେଉନାହିଁ, ଏବଂ ମୋତେ କୌଣସି ସୂଚନା ମିଳୁନାହିଁ । ମୁଁ କେମିତି ପରାମର୍ଶ ଦେବି । ଶାସନତନ୍ତ୍ରକୁ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଜ୍ଞାନ ନାହିଁ । ତେଣୁ ରତ୍ନଭଣ୍ଡାର ଖୋଲିବା ନେଇ ମୁଁ କିଛି ଜାଣି ନାହିଁ, ମୁଁ କିଛି କହି ପାରିବି ନାହିଁ।କାହିଁକି କମିଟି ଗଠନ ହୋଇଛି ମୋତେ କିଛି ଜଣା ନାହିଁ’ ।