ବୈଜ୍ଞାନିକଙ୍କୁ ଗଣିତ ପଢାଇଲେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ । ବିଜ୍ଞାନର ପରିଭାଷା, ଉଦ୍ଦେଶ୍ୟ, ପ୍ରଭେଦ ଭଳି ବିଷୟରେ ଇସ୍ରୋ ଓ ଡିଆରଡିଓ ବୈଜ୍ଞାନିକଙ୍କୁ ପଢାଇଲେ ବୈଦିକ ପାଠ ।

Advertisment
ବୈଜ୍ଞାନିକଙ୍କୁ ଗଣିତ ପଢାଇଲେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ । ବିଜ୍ଞାନର ପରିଭାଷା, ଉଦ୍ଦେଶ୍ୟ, ପ୍ରଭେଦ ଭଳି ବିଷୟରେ ଇସ୍ରୋ ଓ ଡିଆରଡିଓ ବୈଜ୍ଞାନିକଙ୍କୁ ପଢାଇଲେ ବୈଦିକ ପାଠ ।

କନକ ବ୍ୟୁରୋ: ବୈଜ୍ଞାନକିଙ୍କ କ୍ଲାସ ନେଲେ ଶଙ୍କରାଚାର୍ଯ୍ୟ । ବୈଜ୍ଞାନିକଙ୍କୁ ବୈଦିକ ଗଣିତ ପଢାଇଲେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଇସ୍ରୋ ଓ ଡିଆରଡିଓ ବୈଜ୍ଞାନିକଙ୍କୁ ପଢାଇଲେ ବୈଦିକ ଗଣିତ । ୫ଦିନ ଧରି ଚାଲିବାକୁ ଥିବା ଏହି ଭିଡିଓ କନଫରେସିଂରେ ଇସ୍ରୋ, ଡିଆରଡିଓର ବୈଜ୍ଞାନିକ ମାନେ ସାମିଲ ହେଉଛନ୍ତି । ବିଜ୍ଞାନର ପରିଭାଷା, ଉଦ୍ଦେଶ୍ୟ, ପ୍ରଭେଦ ଓ ବୈଜ୍ଞାନିକ ଉଦ୍ଦେଶ୍ୟ ପରି ୫ଟି ବିଷୟରେ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା ହୋଇଛି ।

ଦେଶ ତଥା ବିଦେଶର ବୈଜ୍ଞାନିକ ମାନେ ଭିଡିଓ କନଫରେସିଂ ମାଧ୍ୟମରେ ନିଜର ମତାମତ ରଖିଛନ୍ତି । ଭଗବାନ ଜଗତର ସୃଷ୍ଟିକର୍ତା ଏବଂ ଜଳ, ବାୟୁ, ଆକାଶ, ପ୍ରାଣୀ,ଉଦ୍ଭିଦର ସୃଷ୍ଟିକତା ମାନବ ସମାଜ । ବିକାଶ ନାମରେ ପୃଥ୍ୱୀ, ବାୟୁ, ଜଳ, ଆକାଶ ଯେଉଁଭଳି ନଷ୍ଟ ହେଉଛି ଫଳରେ ଏଭଳି ମହାମାରୀ ସୃଷ୍ଟି ହେଉଛି ବୋଲି ଜଗତଗୁରୁ କହିବା ସହ ବେଦ, ଶାସ୍ତ୍ର, ଉପନିଷଦ ଆଜି ବି ବିଜ୍ଞାନ ସହ ସାମଞ୍ଜସ୍ୟ ରଖିଥିବା ବେଳେ ସମସ୍ତଙ୍କ ପାଇଁ ସୁମଙ୍ଗଳ ବୋଲି କହିଛନ୍ତି ଜଗଦଗୁରୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe