କାଲିଠୁ ପୁରୀ ସେବାୟତଙ୍କ କରୋନା ପରୀକ୍ଷା: ପ୍ରଥମ ପର୍ଯ୍ୟାୟରେ ୧୫୦ ଦଇତାପତି ସେବାୟତଙ୍କ ହେବ କୋଭିଡ-୧୯ ଟେଷ୍ଟ

ସେପଟେ ସ୍ନାନପୂଣ୍ଣିମାରେ ନିୟୋଜିତ ହେବେ ୧୦ ଖୁଂଟିଆ ସେବକ; ନୀତି ପ୍ରଶାସକଙ୍କୁ ଦିଆଗଲା ସ୍ୱତନ୍ତ୍ର ତାଲିକା

170

କନକ ବ୍ୟୁରୋ: ଆସନ୍ତାକାଲିଠୁ ହେବ ପୁରୀ ସେବାୟତଙ୍କ କରୋନା ପରୀକ୍ଷା । ପ୍ରଥମେ ଦଇତାପତି ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ମୋଟ ୧୫୦ ସେବାୟତଙ୍କ ପରୀକ୍ଷା ହେବ । ପରବର୍ତୀ ପର୍ଯ୍ୟାୟରେ ଗରାବଡୁ ଓ ଅନ୍ୟ ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ପ୍ରତ୍ୟେକ ଦିନ ୭୫ ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ସ୍ୱାବ ସଂଗ୍ରହ ପରେ ଚୁକ୍ତି ଅନୁସାରେ ହୋମ କ୍ୱାରେନଟିନରେ ରହିବେ । ଶ୍ରୀମନ୍ଦିର ଉନ୍ନୟନ୍ନ ପ୍ରଶାସନ ଏନେଇ ସୂଚନା ଦେଇଛନ୍ତି ।

ସେପଟେ ସ୍ନାନପୂର୍ଣ୍ଣିମା ନେଇ ଖୁଂଟିଆ ନିଯୋଗଙ୍କ ପକ୍ଷରୁ ସେବକଙ୍କ ତାଲିକା । ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି । ତାଲିକାରେ ୧୦ ଜଣ ସେବକଙ୍କ ନାମ ରହିଛି । ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ଯେତେବେଳେ ରତ୍ନସିଂହାସନ ଛାଡିବେ ପହଣ୍ଡିରେ ଆସିବା ସମୟରେ ମହାପ୍ରଭୁଙ୍କ ଆଗରେ ପୁଷ୍ପବୃଷ୍ଟି କରିବେ । ସ୍ନାନପୂର୍ଣ୍ଣିମା ନେଇ ମହାପ୍ରଭୁଙ୍କର ୩ଟି ବେଶ ରହିଛି । ସିଂହାରୀଙ୍କୁ ନେଇ ରତ୍ନ ସଂହାସନ ଉପରେ ବେଶ କରିବେ ।

ହାତୀବେଶ ସମୟରେ ମଧ୍ୟ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୂର୍ବରୁ ୩୦ ଜଣ ଖୁଂଟିଆ ସେବକ ସାମିଲ ହୋଇଥିଲେ । କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ସେବକଙ୍କ ସଂଖ୍ୟା ହ୍ରାସ କରାଯାଇଛି । କେବେଳ କରୋନା ଲାଗି ଚଳିତ ବର୍ଷ କମ ସେବକଙ୍କୁ ନିୟୋଜିତ କରାଯିବ । ଅନ୍ୟ ସେବକମାନେ ଭିତରେ ରହି ମହାପ୍ରଭୁଙ୍କ ଦର୍ଶନ କରିବେ । ନିଦ୍ଦିଷ୍ଟ ସେବକଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ତାଲିକା ନୀତି ପ୍ରଶାସକଙ୍କୁ ପ୍ରଦାନ କରାଯାଇଛି ।