ସ୍ନାନଯାତ୍ରାରେ ସେବାୟତ ମାସ୍କ ନପିନ୍ଧିବା ନେଇ ହାଇକୋର୍ଟରେ ମାମଲା: ମୁଖ୍ୟଶାସନ ସଚିବଙ୍କ ସମେତ ୪ ଜଣ ପକ୍ଷଭୁକ୍ତ; ପୁରା ପ୍ରକ୍ରିୟାରେ କୌଣସି ସେବାୟତ ପିନ୍ଧିନଥିଲେ ମାସ୍କ

356

କନକ ବ୍ୟୁରୋ: ସ୍ନାନଯାତ୍ରାରେ ସେବାୟତ ମାସ୍କ ନପିନ୍ଧିବା ନେଇ ହାଇକୋର୍ଟରେ ମାମଲା ହୋଇଛି । ଆଇନଜୀବୀ ଦିଲ୍ଲୀପ ରାୟ ଏନେଇ ଏକ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ମୁଖ୍ୟଶାସନ ସଚିବ, ମନ୍ଦିର ପ୍ରଶାସନଙ୍କ ସମେତ ୪ ଜଣଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ପୁରା ପ୍ରକ୍ରିୟାରେ କୌଣସି ସେବାୟତ ମାସ୍କ ପିନ୍ଧିନଥିବାର ଦେଖିବାକୁ ମିଳିଥିଲା ।

ଆଗକୁ ରଥଯାତ୍ରା ଆସୁଛି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଆଗକୁ ରଥଯାତ୍ରାରେ ଅନ୍ୟ କିଛି ବିକଳ୍ପ କରାନଯାଇ ମେସିନ ଦ୍ୱାରା ରଥଟଣାଯାଉ । ସରକାରଙ୍କ ସବୁ ଗାଇଡଲାଇ ନମାନି ସ୍ନାନଯାତ୍ରାରେ ସାମିଲ ହେବା କୋଭିଡ ନିୟମ ଉଂଲଘନ ସହ ସମାନ ବୋଲି କହିଛନ୍ତି ଆଇନଜୀବୀ ଦିଲ୍ଲୀପ ରାୟ ।