ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଅଶାନ୍ତ ସମୁଦ୍ର, ଆତଙ୍କିତ ମଣିଷ । ପୁରୀରେ ସମୁଦ୍ରର ତାଣ୍ଡବ । ତାଡି ନେଉଛି ତଟ । କୂଳ ଲଂଘୁଛି ସମୁଦ୍ର । ପୁରୀ ସ୍ୱର୍ଗଦ୍ୱାର ନିକଟରେ ପ୍ରାୟ ୫ ଫୁଟର ଜୁଆର ଆସି ଧୋଇନେଇଛି କୂଳ। ଶଙ୍କରାଚାର୍ଯ୍ୟଙ୍କ ମହୋଦଧୀ ଆଳତୀସ୍ଥଳକୁ ଧୋଇ ନେଇଥିବା ବେଳେ କୂଳରେ ବିପଦଜନକ ଅବସ୍ଥାରେ ପଡିରହିଛି କଂକ୍ରିଟର ଖୁଂଟ ଓ ପଥର । ରାସ୍ତାର ମାତ୍ର ୧୦ ମିଟର ଦୂରରେ ସମୁଦ୍ରକୂଳ ଲଂଘୁଛି । ଏହାକୁ ନେଇ ଆତଙ୍କିତ ଏବେ ପର୍ଯ୍ୟଟକ ଓ ସମୁଦ୍ରକୂଳ ଦୋକାନୀ ଓ ନୋଳିଆ । ସମୁଦ୍ରର ଏଭଳି ରୂପ ଦେଖି ଆଗାମୀ ଦିନରେ ସମୁଦ୍ର ପାଣି ପୁରୀ ସହରରେ ପଶିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଅଶାନ୍ତ ସମୁଦ୍ର, ଆତଙ୍କିତ ମଣିଷ : ଜୁଆର ଖାଉଛି ପୁରୀ ସମୁଦ୍ର କୂଳ
/kanak/media/post_attachments/wp-content/uploads/2016/08/Screen-Shot-2016-08-09-at-8.55.04-AM.png)