ପୁରୀ ସତ୍ୟବାଦୀ ବ୍ଲକରେ ଘର ଆବଣ୍ଟନକୁ ନେଇ ଉତ୍ତେଜନା । ବିଡିଓଙ୍କୁ ଘେରିଲେ ଲୋକେ,ବ୍ଲକ ଅଫିସରେ ହୋହାଲ୍ଲା

ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଆବଂଟନରେ ହେରଫେର ହୋଇଥିବା ଅଭିଯୋଗ

142

କନକ ବ୍ୟୁରୋ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ଫନୀ ବାତ୍ୟାରେ ଘର ଅବଂଟନକୁ ନେଇ ଉତେଜନା । ବିଡିଓଙ୍କୁ ଘେରିଲେ ଶହ ଶହ ଲୋକ । ବ୍ଲକ ଅଫିସରେ ହୋ ହଲ୍ଲା । ଗତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଆବଂଟନରେ ହେରଫେର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ଲୋକେ । ଘର ଆବଂଟନରେ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଏଯାଏଁ ଘର ଦିଆଯାଇନଥିବା ବେଳେ ଯେଉଁମାନଙ୍କର କୋଠା ଘର ରହିଛି ସେମାନଙ୍କୁ ଘର ଦିଆଯାଇଥିବା ନେଇ ସେମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସେପଟେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳଦା ପଞ୍ଚାୟତ ଏଡ଼ବାଂଶରେ ଅବକାରୀ ବିଭାଗର ପ୍ରସ୍ତାବିତ ମଦ ଦୋକାନକୁ ତୀବ୍ର ବିରୋଧ କରାଯାଉଛି । ଏ ନେଇ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି । ଆଜି ତାଳଦା ବିକାଶ ପରିଷଦର ସମସ୍ତ ସଭ୍ୟ, ସ୍ଥାନୀୟ ମହିଳା ଗୋଷ୍ଠୀ, ଯୁବ ଗୋଷ୍ଠୀ, ଅସ୍ତରଙ୍ଗର ଯୁବ ବିଜେପି ଗୋଷ୍ଠୀ ଏବଂ ଅନ୍ୟାନ୍ୟ ଅଞ୍ଚଳର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏକାଠି ହେବା ଦେଖିବାକୁ ମିଳିଥିଲା । ପୂର୍ବାହ୍ନ ୧୧ଟାରୁ ଏକାଠି ହୋଇ ଏମାନେ ଜନଜାଗରଣ ଯାତ୍ରା ଆରମ୍ଭ କରି ସଚେତନତା ସୃଷ୍ଟି କରିଥିଲେ ।

ସ୍ଥାନୀୟ ବୁଦ୍ଧେଶ୍ବର ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ଏମାନେ ବାହାରି ଗାଁଗଣ୍ଡା ପରିକ୍ରମା କରିବା ସହ ସାଇ ମନ୍ଦିର ନିକଟରେ ପହଞ୍ଚିଥିଲେ । ମଦ ବିରୋଧୀ ସଚେତନତା ଥିବା ବାର୍ତ୍ତା ଥିବା ପ୍ଲାଏ କାର୍ଡ,ବ୍ୟାନର ଧରି ସ୍ୱର ଉତ୍ତୋଳନ କରିଥିଲେ । ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ମଦ ବିରୋଧରେ ଆମର ଏ ଆନ୍ଦୋଳନ, ଓଡ଼ିଶାରେ ନ ରହୁ ଆଉ ମଦ ଦୋକାନ, ଯୋଜନା ଉପରେ ଯୋଜନା କରି , ଶାସନ କରୁ ଆମ ସଂସାର ମାରି,ମଦୁଆ ସରକାର-ହାଏ-ହାଏ ଆଦି ସ୍ଲୋଗାନ୍ ଦେଇଥିବା ଦେଖିବାକୁ ମିଳିଥିଲା ।