ଯଦି ମୁଁ ଦସ୍ତଖତ କରିଥାନ୍ତି ତେବେ ମନ୍ଦିର ବଦଳରେ ମସଜିଦ ନିର୍ମାଣ ହୋଇଯାଇଥାନ୍ତା, କିନ୍ତୁ ମୁଁ ଏମିତି ହେବାକୁ ଦେଇନଥିଲି : ପୁରୀ ଶଙ୍କରାଚାର୍ଯ୍ୟ

ଯଦି ମୁଁ ଦସ୍ତଖତ କରିଥାନ୍ତି ତେବେ ମନ୍ଦିର ବଦଳରେ ମସଜିଦ ନିର୍ମାଣ ହୋଇଯାଇଥାନ୍ତା, କିନ୍ତୁ ମୁଁ ଏମିତି ହେବାକୁ ଦେଇନଥିଲି : ପୁରୀ ଶଙ୍କରାଚାର୍ଯ୍ୟ

କନକ ବ୍ୟୁରୋ : ଗୋବର୍ଦ୍ଧନ ପୀଠ ପୁରୀର ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଦାବି କରିଛନ୍ତି ଯେ ଯଦି ମୁଁ ରାମାଳୟ ଟ୍ରଷ୍ଟରେ ଦସ୍ତଖତ କରିଥା’ନ୍ତି, ତେବେ ଅଯୋଧ୍ୟାରେ ଏକ ମସଜିଦ ନିର୍ମାଣ ହୋଇଥାନ୍ତା। ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ନରସିମା ରାଓ ଜୀବିତ ଥାନ୍ତେ, ସେ ଏ ବିଷୟରେ କହିଥାନ୍ତେ । ସେ କହିଛନ୍ତି ଯେ ଅଯୋଧ୍ୟାରେ ଏକ ମସଜିଦ ନିର୍ମାଣ ପାଇଁ ଯୋଜନା ଥିଲା, କିନ୍ତୁ ମୁଁ ଏଥିରେ ଦସ୍ତଖତ କରି ନ ଥିବାରୁ ଏହାକୁ ବାତିଲ କରିଦିଆଯାଇଥିଲା ।

ଗୋରଖପୁରରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏକ ଧାର୍ମିକ ସଭାରେ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଆଜି ନରେନ୍ଦ୍ର ମୋଦୀ ଏବଂ ଯୋଗୀ ଆଦିତ୍ୟନାଥ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଶ୍ରେୟ ପାଇଛନ୍ତି, ଏହା ଖୁସିର ବିଷୟ । କିନ୍ତୁ ସେମାନଙ୍କର ଶ୍ରୀରାମ ଜନ୍ମଭୂମି ପାଇଁ କୌଣସି  ଭୂମିକା ନାହିଁ । ସେ କହିଛନ୍ତି ଯେ ଅଯୋଧ୍ୟାରେ ମନ୍ଦିର ନିକଟରେ ଏକ ମସଜିଦ ନିର୍ମାଣ ପାଇଁ ଯୋଜନା ଥିଲା । ଏହାକୁ ନେଇ ଆଲୋଚନା ହୋଇଥିଲା।

ମୁଁ ଦସ୍ତଖତ କରି ନ ଥିବାରୁ ଯୋଜନା କାର୍ଯ୍ୟକାରୀ ହୋଇପାରିନଥିଲା । ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଗୀତପ୍ରେସକୁ ନେଇ କହିଛନ୍ତି ଯେ ଏହାର ପ୍ରତିଷ୍ଠାତା  ହନୁମାନ ପ୍ରସାଦ ପୋଦ୍ଦାର ଓ ଜୟ ଦୟାଲ ଗୋଏଙ୍କା ଏକାଠି ଗୀତା ପ୍ରେସ ସ୍ଥାପନ କରିଥିଲେ । ଗୀତ ପ୍ରେସ ମାଧ୍ୟମରେ ଯେଭଳି ସାହିତ୍ୟକୁ ପ୍ରକାଶିତ ହୋଇଥିଲା ଦୁନିଆରେ ଏଭଳି ଉତ୍କୃଷ୍ଟ ସାହିତ୍ୟ ଖୋଜିବା କଷ୍ଟକର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe