ରତ୍ନ ଭଣ୍ଡାର ଖୋଲିବା ନେଇ ଭକ୍ତଙ୍କ ଭିତରେ ବଢିଲା ଉତ୍ସାହ । ଆସନ୍ତା କାଲି ଠାରୁ ହେବ ଲେଜର ସ୍କାନିଂ

98

କନକ ବ୍ୟୁରୋ : ସିଂହଦ୍ୱାର ସମ୍ମୁଖରେ ଲମ୍ବାଧାଡି । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ରାଜାରାଜେଶ୍ୱର ବା ସୁନାବେଶରେ ଦେଖିବାକୁ ଆକୁଳ ଭକ୍ତ । କାର୍ତିକ ପୂର୍ଣ୍ଣିମାରେ ଇଏ ହେଉଛି ସିଂହଦ୍ୱାର ସମ୍ମୁଖର ଚିତ୍ର । ରତ୍ନସିଂହାସନରେ ଠାକୁରଙ୍କ ସୁନାବେଶ ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ମହଣ ମହଣ ସୁନାରେ ଆଭୂଷିତ ହୋଇଛନ୍ତି ୩ ଠାକୁର । ଆଉ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି କାର୍ତିକ ବ୍ରତକୁ ଉଦଯାପନ କରିଛନ୍ତି ହବିଷ୍ୟାଳି । କାର୍ତିକ ପୂର୍ଣ୍ଣିମା ଥିବାରୁ ରାତିରେ ମନ୍ଦିରରେ ପହଡ ପଡିନଥିଲା । ରାତିସାରା ଜଗାଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଲମ୍ବାଧାଡିର ଠିଆହୋଇ ଭକ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ମହପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ମହାପ୍ରସାଦ ପାଇ ଆନନ୍ଦରେ ଘରକୁ ଫେରିଛନ୍ତି ଭକ୍ତ ।

କାର୍ତ୍ତିକ ମାସର ଶେଷଦିନରେୁ ରାତି ୨ଟାରୁ ମହୋଦଧିରେ ହିବଷ୍ୟାଳି ଓ ଲୋକ ଏକାଠି ହୋଇ ଡଙ୍ଗା ଭସାଇଛନ୍ତି । ରାଇଦାମୋଦର ପୂଜା କରିବା ସହ କାର୍ତିକ ବ୍ରତର ବି ପରିସମାପ୍ତି କରିଛନ୍ତି । ପରମ୍ପରା ଅନୁସାରେ ସାଧବପୁଅର ଇତିହାସ ଗାଥାକୁ ମନେ ପକାଇଛନ୍ତି ପ୍ରତିଟି ଓଡିଆ । କାର୍ତିକ ପୂର୍ଣ୍ଣିମାରେ ସୂର୍ଯ୍ୟୋଦୟ ଦେଖିବା ସହ ଆଳତୀ କରିବାକୁ ବି ବେଳାଭୂମିରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ମହୋଦଧିଠାରୁ ଶ୍ରୀମନ୍ଦିର ଯାଏଁ ଭିଡ ନିୟନ୍ତ୍ରଣ ପାଇଁ ପୁଲିସ ପୁରା ସତର୍କ ହୋଇ ରହିଛି ।

କାର୍ତିକ ମାସ ସରିବା ପରେ ମଙ୍ଗଳବାରଦିନ ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ । ଏନେଇ ଏଏସଆଇ ଫାଇନାଲ ରିପୋର୍ଟ ଦେବା ପରେ ବୈଷୟିକ ଟିମ ସମୀକ୍ଷା କରିବ । ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ନେଇ ନିଷ୍ପତି ହେବ । ଯଦି କୌଣସି ଫାଟ ଥାଏ ତେବେ ପରବର୍ତୀ ନିଷ୍ପତି ନିଆଯିବ ।