ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ । ଜଗା ଧ୍ୱନିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ ।

ଆସନ୍ତାକାଲି ସନ୍ଧ୍ୟା ଦର୍ଶନ: ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

କନକ ବ୍ୟୁରୋ : ପୁରୀରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ବାଜା ଓ ସଂକୀର୍ତନରେ କମ୍ପୁଛି ବଡଦାଣ୍ଡ । ତିନିଠାକୁରଙ୍କ ରଥ ମାଉସୀଙ୍କ ଘର ଆଡକୁ ଆଗଉଥିବା ବେଳେ ଭକ୍ତଙ୍କ ଗହଳି ମଧ୍ୟ ବଡଦାଣ୍ଡରେ ବଢି ବଢି ଚାଲିଛି । ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳୁଛି ଶ୍ରୀକ୍ଷେତ୍ରରେ । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ତିନି ଠାକୁର । ବଡଦାଣ୍ଡରେ ଭାବମୟ ପରିବେଶ ଦେଖିବାକୁ ମିଳିଛି । ବିଶେଷ କରି କେଉଁଠି ଭକ୍ତମାନେ ଏକାଠି ହୋଇ କୀର୍ତ୍ତନ କରୁଥିବା ବେଳେ ଘଣ୍ଟ କାହାଳୀ, ମୃଦଙ୍ଗରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe