ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ : ରଥ ଉପରେ ବାକିଆ ସଂଯୋଗ ସହ ଆଗେଇ ଚାଲିଛି ରଙ୍ଗକାମ

ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ : ଉଠିଲା ତିନି ରଥର ଦୁଆର ବେଢ଼ା

କନକ ବ୍ୟୁରୋ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ ଉପରେ ବାକିଆ ସଂଯୋଗ କାମକୁ ଗତକାଲି ମହାରଣା ସେବକ ଓ ଭୋଇ ସେବକମାନେ ଆଗେଇ ନେଇଛନ୍ତି। ରଥ ଉପରେ ବିଭିନ୍ନ ପଟା ବାଡ଼ିଆ କାମ ଆଗେଇ ଚାଲିଛି। ରଥ ନିର୍ମାଣର ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ଏହାକୁ ରଙ୍ଗ ଦେଇ ସଜେଇବା ଆରମ୍ଭ କରିଛନ୍ତି ଚିତ୍ରକାର ସେବକ। ଚକଠାରୁ ଆରମ୍ଭ କରି ଗୁଜ, କୋଣଗୁଜ ସବୁକୁ ରଙ୍ଗ ଦେଇ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥକୁ ପୂର୍ଣ୍ଣ ରୂପ ଦେବାରେ ସେମାନେ ତତ୍ପରତା ଦେଖାଇଛନ୍ତି।

publive-image

ଗତକାଲି ବି ଚିତ୍ରକାରମାନେ ରଥର ବିଭିନ୍ନ ଅଂଶରେ ରଙ୍ଗ ଦେଇଛନ୍ତି। ଏକାଧିକ ଚିତ୍ରକାର ସେବକ ଏହି କାମକୁ ଆଗେଇ ନେଇଛନ୍ତି। ତିନି ରଥରେ ଲାଗିବାକୁ ଥିବା ପାର୍ଶ୍ୱ ଦେବା ଦେବୀଙ୍କୁ ରଙ୍ଗ ଦେଇ ନୂଆ ରୂପ ଦେବାରେ ଲାଗି ପଡ଼ିଛନ୍ତି ଚିତ୍ରକାର ସେବକ। ସେପଟେ କଳାଧଳା ଘୋଡ଼ା ରଙ୍ଗ ବି ଆଗେଇ ଚାଲିଛି। ଦୋଳବେଦି କମାରଶାଳରେ କଣ୍ଟା ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କମାର ସେବକମାନେ ବାକି ଆବଶ୍ୟକ ଲୌହ ସାମଗ୍ରୀ କାମକୁ ଶେଷ କରିବାକୁ ତତ୍ପରତା ଦେଖାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe