ଆଜି ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ । ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା ପରେ ଅଲଗା କରାଯିବ ରଥକାଠ 

189

କନକ ବ୍ୟୁରୋ : ଆଜି ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ । ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା ପରେ ଅଲଗା କରାଯିବ ରଥକାଠ । ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣ ସହ ହେବ ପୂଜାର୍ଚ୍ଚନା କରାଯିବ । 

ବ୍ରାହ୍ମଣମାନେ ବାଗଦେବୀଙ୍କୁ ଆବାହନ କରିବା ସହ ଫୁଲ ଚନ୍ଦନ, ଅର୍ଘ୍ୟ,  ମହାପ୍ରସାଦ ଆଦି ଅପର୍ଣ କରିବେ । ୩ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥ ଖଳାରେ ପହଂଚିବା ପରେ ପବିତ୍ର ରାମନବମୀର ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଖ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ ।

ତେବେ ଗତବର୍ଷ କରୋନା ପାଇଁ ଅନେକ ବାଦ ବିବାଦ ମଧ୍ୟରେ ରଥଯାତ୍ରା ସମ୍ପର୍ଣ୍ଣ ହୋଇଥିଲା । କିନ୍ତୁ ଚଳିତ ବର୍ଷ ରଥଯାତ୍ରାରେ ବଡ ଦାଣ୍ଡରେ ଜଗାକୁ ମନଭରି ଦେଖିପାରିବେ ଶ୍ରଦ୍ଧାଳୁ । ସେପଟେ ଦେଖିବାର ରହିଲା ପ୍ରଶାସନ ରଥ ଟାଣିବା ଉପରେ କୌଣସି କଟକଣା ଲାଗୁ କରୁଛନ୍ତି କି ନାହିଁ ।