ଏଥର ବି ବିନା ଭକ୍ତରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଟିକାର ଦୁଇଟି ଡୋଜ୍ ନେଇଥିବା ସେବାୟତ ହେବେ ସାମିଲ, ପୁରୀ ଛଡା ଅନ୍ୟ ସ୍ଥାନରେ କେବଳ ନୀତିକାନ୍ତି ପାଇଁ ଅନୁମତି ।

Advertisment
ଏଥର ବି ବିନା ଭକ୍ତରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଟିକାର ଦୁଇଟି ଡୋଜ୍ ନେଇଥିବା ସେବାୟତ ହେବେ ସାମିଲ, ପୁରୀ ଛଡା ଅନ୍ୟ ସ୍ଥାନରେ କେବଳ ନୀତିକାନ୍ତି ପାଇଁ ଅନୁମତି ।

କନକ ବ୍ୟୁରୋ : କରୋନା କାଳରେ ଚଳିତ ବର୍ଷ ବି ବିନା ଭକ୍ତରେ ହେବ ରଥାଯାତ୍ରା । ଭକ୍ତଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ପୁଲିସଙ୍କ ସହଯୋଗରେ ଚତୁର୍ଦ୍ଧାବିଗ୍ରହଙ୍କ ରଥ ଗଡିବ । ତେବେ କରୋନା କଟକଣା ଭିତରେ ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ନୀତିକାନ୍ତି କରାଯିବ । ୨ଟି ଡୋଜ କରୋନା ଟିକା ନେଇଥିବା ସେବାୟତମାନେ ଏହି ଯାତ୍ରାରେ ସାମିଲ ହେବେ । ଯଦି ୨ଟି ଡୋଜ ଟିକା ନେଇ ନଥିବେ ତେବେ ଯାତ୍ରାର ୪୮ ଘଂଟା ପୂର୍ବରୁ ସେବାୟତଙ୍କ କରୋନା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିବା ଜରୁରୀ ।

ବିନା ଭକ୍ତରେ ହେବ ରଥଯାତ୍ରା । ୨ଟି ଡୋଜ୍ ଟିକା ନେଇଥିବା ସେବାୟତ ହେବେ ସାମିଲ । ମହାପ୍ରଭୁଙ୍କ ରଥଯାତ୍ରା ଯେତିକି ଯେତିକି ପାଖେଇ ଆସୁଛି, ସେତିକି ଜୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ହେଲେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରିବାକୁ ନିଷ୍ପତି ନେଇଛନ୍ତି ସରକାର । ତେବେ ରଥଯାତ୍ରା କେମିତି ହେବ ସେନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଦେଖନ୍ତୁ କେମିତି ହେବ ରଥଯାତ୍ରା..
- କୌଣସି ଶ୍ରଦ୍ଧାଳୁ ରଥଯାତ୍ରାରେ ସାମିଲ ହୋଇପାରିବେ ନାହିଁ
- କେବଳ ସେବାୟତ ହିଁ ରଥଯାତ୍ରାରେ ସାମିଲ ହେବେ
- ୨ଟି ଡୋଜ ଟିକା ନେଇଥିବା ସେବାୟତ ସାମିଲ ହେବେ
- ଟିକା ନେଇ ନଥିଲେ ୪୮ ଘଂଟା ପୂର୍ବରୁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଜରୁରୀ
- ସେବାୟତ, ପୋଲିସ ଓ ମନ୍ଦିର ପ୍ରଶାସନ ଦ୍ୱାରା ଅନୁମତି ପାଇଥିବା ଅଧିକାରୀ ରଥ ଟାଣିବା କାର୍ଯ୍ୟରେ ନିୟୋଜିତ ହେବେ
- କୌଣସି ରଥକୁ ୫ଶହରୁ ଅଧିକ ଲୋକ ଟାଣି ପାରିବେ ନାହିଁ ।
- ଯେଉଁମାନେ ରଥଟଣା କାର୍ଯ୍ୟରେ ନିୟୋଜିତ ହେବେ ସମସ୍ତେ ଟିକାର ଦୁଇଟି ଡୋଜ୍ ନେଇଥିବେ, ନଚେତ୍ ୪୮ ଘଂଟା ପୂର୍ବରୁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଜରୁରୀ

କରୋନା କଟକଣା ଭିତରେ ରଥଯାତ୍ରା ପାଳନ ପାଇଁ ରାଜ୍ୟ ସରକାର ନିଷ୍ପତି ନେବା ପରେ ଏହାକୁ ସ୍ୱାଗତ କରିଛନ୍ତି ସେବାୟତ । ତେବେ ରାଜ୍ୟର ଅନ୍ୟ ମନ୍ଦିର ମାନଙ୍କରେ ହେଉଥିବା ରଥଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ପୁରୀ ଶ୍ରୀମନ୍ଦିରକୁ ଛାଡି ଅନ୍ୟ ସବୁଠି କେବଳ ମନ୍ଦିର ପରିସରରେ ଠାକୁରଙ୍କ ନୀତିକାନ୍ତି କରିବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe