ରଥଯାତ୍ରା ନେଇ ବଢୁଛି ଦ୍ୱନ୍ଦ୍ୱ: ରଥଯାତ୍ରା ରାୟର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଦାଖଲ ହେଉଛି ପିଟିସନ ପରେ ପିଟିସନ; ଆସନ୍ତକାଲି ଶୁଣାଣୀ ସମ୍ଭାବନା

ସେପଟେ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ରାଜ୍ୟ ସରକାରଙ୍କୁ ଗଜପତି କଲେ ଅନୁରୋଧ 

183

କନକ ବ୍ୟୁରୋ: ରଥଯାତ୍ରା ବନ୍ଦ କରିବା ପାଇଁ ୧୮ ତାରିଖରେ  ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜଗନ୍ନାଥପ୍ରେମୀ । ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ  ପୁନଃବିଚାର ପାଇଁ  କିଛି ବ୍ୟକ୍ତି ଓ ସଙ୍ଗଠନ ପକ୍ଷରୁ  ୧୭ଟି ପିଟିସନ ଦାଖଲ ହୋଇଛି ।  ଶୁକ୍ରବାର ୫ଟି ପିଟିସନ ଦାଖଲ ହୋଇଥିବାବେଳେ  ଶନିବାର ଆଉ ୧୨ଟି ପିଟିସନ ଦାଖଲ ହୋଇଛି । ଅନ୍ୟ ସବୁଠାରେ ରଥଯାତ୍ରା ବନ୍ଦ କରି ପୁରୀରେ ରଥଯାତ୍ରା ବନ୍ଦ କରିବାକୁ  ସୁପ୍ରିମକୋର୍ଟରେ ମୋଡିଫିକେସନ  ପିଟିସନ ଦାଖଲ ହୋଇଛି ।  ଦୁଇଟି ମୋଡିଫିକେସନ ପିଟିସନରେ  ଆବଶ୍ୟକସ୍ଥଳେ ପୁରୀକୁ ସଟଡାଉନ କରି  ରଥଯାତ୍ରା କରିବାକୁ ଅନୁରୋଧ କରାଯାଇଛି ।

ଏଥିରେ ରାୟରେ ଆଂଶିକ ପରିବର୍ତନ କରିବାକୁ ବି କୁହାଯାଇଛି । ତେବେ ରଥଯାତ୍ରାକୁ ଆଉ ଗୋଟିଏ ଦିନ ବାକିଥିବାବେଳେ ପିଟିସନଗୁଡିକର କେବେ ଶୁଣାଣି ହେବ ସେ ବିଷୟରେ  କିଛି ଜଣାପଡିନାହିଁ । ମୋଡିଫିକେସନ ପିଟିସନ  ଖୋଲା କୋର୍ଟରେ ହେବାକୁ ଥିବାବେଳେ  ରିଭ୍ୟୁ ପିଟିସନ  ବିଚାରପତିମାନେ ଚାମ୍ବରରେ ଶୁଣାଣି କରିଥାନ୍ତି ।  ଯେଉଁ ଖଣ୍ଡପୀଠଦ୍ୱାରା  ରାୟ ପ୍ରଦାନ କରାଯାଇଥିବ ସେହି ବେଂଚରେ ହିଁ  ମୋଡିଫିକେସନ ପିଟିସନର ଶୁଣାଣି ହେବ ।  ତେବେ ଗ୍ରୀଷ୍ମକାଳୀନ ଅବକାଶରେ  କିଭଳି ଶୁଣାଣି ହେବ ସେ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।  ଗ୍ରୀଷ୍ମକାଳୀନ ଅବକାଶରେ ଅର୍ଥାତ ଆସନ୍ତାକାଲିଠାରୁ ଦୁଇଟି ଅବକାଶ ବେଂଚ ଜରୁରୀମାମଲାଗୁଡିକର ଶୁଣାଣି କରିବେ ।

ଏହି ସମୟରେ ଯଦି ମୋଡିଫିକେସନ ପିଟିସନକୁ ଶୁଣାଣି ପାଇଁ  ତାଲିକାଭୁକ୍ତ କରାଯାଏ  ତାହହେଲେ ପ୍ରଧାନ ବିଚାରପତିଙ୍କ ଅଧ ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବେଂଚ ହି  ମାମଲାର ଶୁଣାଣି କରିବେ । ଯଦି ମାମଲାର ଗୁରୁତ୍ୱକୁ ବିଚାରପତି  ହୃଦବୋଧ କରି  ତୁରନ୍ତ ଶୁଣାଣି ପାଇଁ ରାଜି ହୁଅନ୍ତି, ତାହାହେଲେ ଏହାର ଶୁଣାଣି ହୋଇପାରେ ।  ତେବେ ଆସନ୍ତାକାଲି ମାମଲାର ଶୁଣାଣି ହେବା ଯଥେଷ୍ଟ ସମ୍ଭାବନା ରହିଛି ।