ଜଗନ୍ନାଥଙ୍କ ପାଖରେ ଲାଗି କରାଯାଉଥିବା କେଉଁ ଭୋଗ ସମୟରେ ହାତ ଘଣ୍ଟି ବାଜେ ଓ କେଉଁ ସମୟରେ ବାଜେନାହିଁ?

126

ଜଗନ୍ନାଥଙ୍କ ପାଖରେ ପ୍ରତ୍ୟେକ ଦିନ ଅନେକ ପ୍ରକାରର ଭୋଗ ଲାଗି କରାଯାଇଥାଏ । ସକାଳୁ ଆରମ୍ଭ କରି ବଡସିଂହାର ପର୍ଯ୍ୟନ୍ତ । ତେବେ ଠାକୁରଙ୍କ ପାଖରେ ଯେତେ ବେଳେ ଭୋଗ କରାଯାଏ ସବୁବେଳେ ପୂଜାପଣ୍ଡା ମାନେ ଘଣ୍ଟି ବଜାଇ ଥାଆନ୍ତି । କିନ୍ତୁ କେଉଁ ଭୋଗ ସମୟରେ ଠାକୁରମାନଙ୍କ ପାଖରେ ଘଣ୍ଟ ବଜାଯାଏ ନାହିଁ ତାହା ସବୁଠାରୁ କୌତୁହଳ ବିଷୟ । ସମସ୍ତେ ଜାଣନ୍ତି କାଳିଆ ଶାନ୍ତ ପାଖରେ ଭୋଗ ହେଲା ବେଳେ ପୂଜା ପଣ୍ଡାମାନେ ହାତ ଘଣ୍ଟ ବଜାୟ ସହିତ ଠାକୁରଙ୍କ ଉଦ୍ଦେଶ୍ୟରେ ଚଳୁ କରିଥାଆନ୍ତି । ତେବେ ଏହି ଭୋଗ ସମୟରେ ଗର୍ଭଗୃହରେ କେହି ଦେଖନ୍ତି ନାହିଁ । କିନ୍ତୁ ରଥଯାତ୍ରା ସମୟରେ ସମସ୍ତଙ୍କ ସାମ୍ମନାରେ କାଳିଆ ଠାକୁର ଭୋଗ ଖାଇଥାଆନ୍ତି । ଏହି ଭୋଗ ମନ୍ଦି ର ପ୍ରଶାସନ ହିଁ ଯୋଗାଇଥାଆନ୍ତି । ତେବେ କେଉଁ ଭୋଗରେ ଠାକୁରଙ୍କ ଘଣ୍ଟ ବାଜେ ନାହିଁ ତାହା ଜାଣିବା କଥା । ଏଠାରେ କହିରଖୁଛୁ କି କେବଳ କୋଠ ଭୋଗରେ ଠାକୁରମାନଙ୍କ ପାଖରେ ପୂଜାପଣ୍ଡାମାନେ ହାତ ଘଣ୍ଟ ବଜାଇ ଥାଆନ୍ତି । ଅନ୍ୟ ସମୟରେ ଯେକୈାଣସି ଭୋଗ ଠାକୁରମାନଙ୍କ ପାଖରେ ଲାଗୁ କରାଯାଇଥାଏ ସେହି ସମୟରେ ବ୍ରାହ୍ଣଣମାନେ ପାଣିଢାଳରେ ବା ପାଣି ଲୋଟିଆରେ ଆଙ୍ଗୁଳି ବଜାଇ ଭଗବାନଙ୍କ ଉଦ୍ଦେଶ୍ୟରେ ଭୋଗ ଅର୍ପଣ କରିଥାଆନ୍ତି ।

 

ତେବେ ସାଧାରଣ ଭକ୍ତମାନେ ଭାବୁଥିବେ ଯେ, କାଳିଆଶାନ୍ତ ପାଖରେ ଅନ୍ୟ ବ୍ୟକ୍ତି ଭୋଗ କଲେ କାହିଁକି ହାତଘଣ୍ଟ ବାଜେ ନାହିଁ । କାରଣ କାଳିଆଶାନ୍ତ ହେଉଛନ୍ତି ରାଜାଧିପତି ରାଜା ରାଜେଶ୍ୱର । ଅଗାଢ ଅଗାଢ ସମ୍ପତ୍ତି ତାହାର ଦିନକୁ ୫୬ ପଉଟି ଭୋଗ ଖାଉଥିବା ଲୋକ ସେ । ନିଜ କୋଠ ଘର ଛଡା ଅନ୍ୟ କେଉଁଠାରୁ ଭୋଗ ଲାଗି କରାଗଲେ ତା’ ପାଖରେ ଘଣ୍ଟ ବଜାଯାଏ ନାହିଁ । କେବଳ ନିଜ ବଡଦେଉଳରୁ କିମ୍ବା ଆଡପ ମଣ୍ଡପ କିମ୍ବା ଗଜପତିଙ୍କଠାରୁ ଆସିଥିବା କଠୋଭୋଗରେ ହିଁ ଘଣ୍ଟ ବଜାଯାଇଥାଏ ।

 

କାଳିଆଠାକୁର ବାଟରେ ଗଲାବେଳେ ଅନେକ ସ୍ଥାନରେ ଶ୍ରଦ୍ଧାଳୁମାନେ ଭୋଗ କରାନ୍ତି । ସବୁସ୍ଥାନରେ ଭୋଗ କରାଗଲା ସମୟରେ କାଳିଆଶାନ୍ତ ଭୋଗ ଗ୍ରହଣ କରେ । ସେ ଭକ୍ତର ଭଗବାନ । କିନ୍ତୁ ଶାସ୍ତ୍ର ଅନୁସାରେ କେବଳ କୋଠଭୋଗରେ ବ୍ରାହ୍ମଣମାନେ ଯଥାବିଧି ପୂଜାପାଠ କରିଥାଆନ୍ତି । କେତେକ ଭଜନରେ ଜଗନ୍ନାଥଙ୍କୁ କୋଠଭୋଗ ଖିଆ ଠାକୁର ମଧ୍ୟ କୁହାଯାଇଛି ।