ଅଣସର ପିଣ୍ଡିରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ଉପଚାର । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରୁ ଫିଟା ହେଲା ଓଦା ବସ୍ତ୍ର

ଅଣସର ପିଣ୍ଡିରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ଉପଚାର । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରୁ ଫିଟା ହେଲା ଓଦା ବସ୍ତ୍ର

କନକ ବ୍ୟୁରୋ: ଅଣସର ପିଣ୍ଡିରେ ଚତୁର୍ଦ୍ଧାବିଗ୍ରହଙ୍କ ଚାଲିଛି ଉପଚାର । ଦ୍ୱିତୀୟ ଦିନରେ ମହାପ୍ରଭୁଙ୍କ ଦେହରୁ ଓଦା ଲୁଗା ଓଲାଗି କରାଯାଇଥିବା ବେଳେ ଆଜି ଦେହର ତାପ ଦେଖିବେ ସେବାୟତ । ସେପଟେ ମହାପ୍ରଭୁଙ୍କ ନିକଟରେ ଅନ୍ନ ପ୍ରସାଦ ବଦଳରେ କ୍ଷୀରି ପ୍ରସାଦ ଭୋଗ ହେଉଛି । ଏଥିପାଇଁ ଆନନ୍ଦ ବଜାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ଶ୍ରୀଅଙ୍ଗ ଫିଟାଯିବା ପରେ ଦଇତାପତିମାନେ ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରିବେ।

publive-image

ଆସନ୍ତା ପଞ୍ଚମୀରୁ ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ବୈଦ୍ୟଙ୍କ ପରାମର୍ଶ କ୍ରମେ ଫୁଲରୀ ତେଲ ଏବଂ ଔଷ ଲାଗି ହେବ। ଏହି ଔଷ ଖାଇ ମହାପ୍ରଭୁ ଆରୋଗ୍ୟ ହେବେ। ପ୍ରତିଦିନ ଏଠାରେ ଚକଟା ଭୋଗ ହେବ। ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଏବେ ଭକ୍ତମାନେ ପଟିଦିଅଁ ଦର୍ଶନ କରୁଛନ୍ତି। ତେବେ ଦୈନନ୍ଦିନ ଭଳି ଆନନ୍ଦବଜାରେ ଭକ୍ତଙ୍କ ପାଇଁ ଅବଢା ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe