କନକ ବ୍ୟୁରୋ : ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଆଜି (ମଙ୍ଗଳବାର) ପବିତ୍ର ବସନ୍ତ ପଞ୍ଚମୀରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ୩ଟି ଧଉରା କାଠକୁ ରାଜପୁରୋହିତ ପୂଜାର୍ଚ୍ଚନା କରିଛନ୍ତି। କାର୍ୟ୍ୟକ୍ରମରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ ଓ ସେବାୟତ ଉପସ୍ଥିତ ଥିଲେ।
ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର କାର୍ୟ୍ୟାଳୟ ସମ୍ମୁଖ ରଥଖଳାରେ ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରୀମନ୍ଦିର କାର୍ୟ୍ୟାଳୟ ସମ୍ମୁଖରେ ବାରିକେଡ୍ ପକାଇ ତିନି ରଥକାଠକୁ ଅଲଗା ରଖାଯାଇଥିଲା। ପୂଜାର୍ଚ୍ଚନା ପାଇଁ ଆବଶ୍ୟକ ଜାଗା ବି ଖାଲି କରାଯାଇଥିଲା। ରାଜନଅର ପକ୍ଷରୁ ରାଜଗୁରୁଙ୍କ ସହ ସ୍ତୋତ୍ରୀୟ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କାର୍ୟ୍ୟ ସଂପାଦାନ କରିଥିଲେ।
ତିନି ରଥ ପାଇଁ ୧୨ ଫୁଟିଆ ତିନି ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପୂଜାର୍ଚ୍ଚନା କରାଗଲା। ସ୍ତୋତ୍ରୀୟ ବ୍ରାହ୍ମଣମାନେ ବାଗ୍ଦେବୀଙ୍କୁ ଆବାହନ କରିବା ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରିଥିଲେ। ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ୟ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ବିଶ୍ବ ପ୍ରସିଦ୍ଧ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ଆୟୋଜନ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/967be0de-97a3-4812-b282-0b18ba9e632e-750x430.jpg)