କରୋନା ମୁକାବିଲା ପାଇଁ ଅଂଟା ଭିଡିଲା ପୁରୀ ଜିଲ୍ଲା ପ୍ରଶାସନ : ରେଳ ଷ୍ଟେସନରେ ଯାତ୍ରୀଙ୍କ ହେଲା ଆଂଟିଜେନ୍ ପରୀକ୍ଷା

89

କନକ ବ୍ୟୁରୋ : କୋଭିଡର ମୁକାବିଲା ନେଇ ପୁରୀରେ ଆରମ୍ଭ ଟେଷ୍ଟିଂ। ମାସ୍କ ବ୍ୟବହାରକୁ କଡ଼ାକଡ଼ି କରିବା ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବାକୁ ଅଂଟା ଭିଡ଼ିଛି ପ୍ରଶାସନ । ସେହିଭଳି ଆଜି ଠାରୁ ଟ୍ରେନ ମାଧ୍ୟମରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯାଇଥିବା କୁହାଯାଇଛି । ଏବଂ ସେହି ଯାତ୍ରୀମାନେ ପୁରୀ ରେଳ ଷ୍ଟେସନରେ ପହଂଚିବା ପରେ ଟ୍ରେନ ଟିକେଟ ଅନୁଯାୟୀ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି । ଆଜି ସକାଳୁ ଯେଉଁ ସବୁ ଟ୍ରେନ ଆସିଛି ସେଥିରେ ଥିବା ଯାତ୍ରୀମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି ।