କନକ ବ୍ୟୁରୋ : ଆଉ ମାତ୍ର ଦିନ କେଇଟା ପରେ ଶ୍ରୀଜିଉଙ୍କ ଘୋଷଯାତ୍ରା । ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିନା ମାସ୍କରେ ରଥଯାତ୍ରା ଦେଖିବା ଲାଗି ଚେତାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ଓ ଦେଶ ବାହାରୁ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ କୋଭିଡ଼ ସଂକ୍ରମଣ ଭୟ ରହିଛି । ଥଣ୍ଡା, କାଶ ଓ କୋଭିଡ଼ ଲକ୍ଷଣ ଦେଖାଦେଲେ ଘରେ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରହି ଟିଭିରେ ରଥଯାତ୍ରା ଦେଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ରଥଯାତ୍ରରେ ସମସ୍ତ ଭକ୍ତ ଯେପରି ମାସ୍କ ପିନ୍ଧିବେ, ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୧୦ ଲକ୍ଷ ମାସ୍କ ଯୋଗାଇ ଦିଆଯିବ । ଜିଲ୍ଲା ପ୍ରଶାସନ ଭକ୍ତ ମାନଙ୍କୁ ଏହି ମାସ୍କ ବଂଟନ କରିବେ । ରାଜ୍ୟରେ ଧିରେ ଧିରେ ସଂକ୍ରମଣ ବଢୁଛି । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀରେ ପ୍ରବଳ ଜନସମାଗମ ଆଶା କରାଯାଉଛି । ଯାହାକି କରୋନା ସଂକ୍ରମଣ ଆହୁରି ବଢାଇଦେଇପାରେ । ତେଣୁ ଲକ୍ଷଣ ଥିବା ଲୋକମାନେ ପୁରୀ ନଯାଇ ଘରେ ବସି ଟିଭିରେ ରଥାଯାତ୍ରା ଦେଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
‘ରଥଯାତ୍ରା’କୁ କରୋନା ଭୟ !
- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ କରୋନା ଭୟ
- ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ
- ମାସ୍କ ପିନ୍ଧି ରଥଯାତ୍ରା ଆସିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ
- ଜିଲ୍ଲା ପ୍ରଶାସନକୁ ୧୦ ଲକ୍ଷ ମାସ୍କ ଯୋଗାଇଦେବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ
- ଭକ୍ତ ମାନଙ୍କୁ ବଣ୍ଟନ କରାଯିବ ମାସ୍କ
- କରୋନା ସଂକ୍ରମଣ ବଢୁଥିବାରୁ ସରକାରଙ୍କ ପଦକ୍ଷେପ
- କୋଭିଡ ହସ୍ପିଟାଲ ଗୁଡିକୁ ସଚଳ ରଖାଯାଇଛି
- ଅତିରିକ୍ତ ୨୦ଟି ଆଇସିୟୁ, ଆବଶ୍ୟକ ପରିମାଣର ଅକ୍ସିଜେନ୍ ମହଜୁଦ ରଖାଯିବ
- କୋଭିଡ କେୟାର ସେଂଟରରେ ଅତିରିକ୍ତ ଶଯ୍ୟା ମହଜୁଦ ରହିବ
- ରଥଯାତ୍ରାରେ ସାମିଲ ହେବାକୁ ଥିବା ଲୋକେ କୋଭିଡ ନିୟମ ମାନିବାକୁ ପରାମର୍ଶ
- ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ
- ପୁରୀ ଷ୍ଟେସନ୍, ବଡ଼ଦାଣ୍ଡ, ବସଷ୍ଟାଣ୍ଡରେ ଖୋଲିବ ହେଲଥ କ୍ୟାମ୍ପ
- ଘରେ ବସି ଟିଭିରେ ଦେଖନ୍ତୁ ରଥଯାତ୍ରା
- ଲକ୍ଷଣ ଥିଲେ ପୁରୀ ନଯାଇ ଘରେ ବସି ଟିଭିରେ ରଥଯାତ୍ରା ଦେଖିବାକୁ ପରାମର୍ଶ
- ଥଣ୍ଡା, କାଶ କିମ୍ବା କରୋନା ଲକ୍ଷଣ ଥିଲେ ଘରେ ରୁହନ୍ତୁ
-ରଥଯାତ୍ରା ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ଆସନ୍ତୁ ନାହିଁ
- ଲକ୍ଷଣ ଥିଲେ ହେଲଥ କ୍ୟାମ୍ପରେ ଚିକିତ୍ସା କରିବାକୁ ପରାମର୍ଶ
- ପୁରୀ ପ୍ରଶାସନକୁ ସର୍ଭେଲାନ୍ସ ଓ ଟେଷ୍ଟିଂ ବଢାଇବାକୁ ନିର୍ଦ୍ଦେଶ
- ଭକ୍ତମାନେ ଯେପରି ଫୁଡ ପଏଜନର ଶିକାର ନହୁଅନ୍ତି ସେଥିପ୍ରତି ରହିବ ନଜର
- ଫୁଟପାଥଠାରୁ ତାରକା ହୋଟେଲ ପର୍ଯ୍ୟନ୍ତ ଖାଦ୍ୟର ମାନ ଯାଂଚ କରାଯିବ
-୨୦ଟି ଫୁଡ ଇନସପେକ୍ଟରଙ୍କ ତତ୍ୱାବଧାନରେ ଖାଦ୍ୟ ଷ୍ଟଲ, ରେସ୍ତାରାଁ ଓ ହୋଟେଲ ଉପରେ ରହିବ ନଜର
- ରାଜ୍ୟରେ ଧିରେ ଧିରେ ବଢୁଛି କରୋନା ସଂକ୍ରମଣ
- ୨୪ ଘଂଟା ଭିତରେ ୧୦୦ ପାର କରିଛି ଦୈନିକ ସଂକ୍ରମଣ
- ଗତ ୨୪ ଘଂଟାରେ ରାଜ୍ୟରୁ ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
- ରାଜ୍ୟରେ ମୋଟ ସଂକ୍ରମଣ ୧୨ଲକ୍ଷ ୮୯ ହଜାର ୪୪୧ ରହିଛି
- ୫୧୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି