ବଡ଼ଠାକୁରଙ୍କ ବାହୁଡ଼ା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି : ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ

192

କନକ ବ୍ୟୁରୋ : ବାହୁଡ଼ା ପାଇଁ ପୁରୀରେ ଜୋର ଧରିଲାଣି ପ୍ରସ୍ତୁତି । ଆଜି ଠାରୁ ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ ହେବ । ଏହା ଆଗରୁ ଅମାନିଆଙ୍କୁ ସାବାଡ କରିବାକୁ ପୁରୀ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ବାହୁଡ଼ା ଯାତ୍ରା ଦିନ କେବଳ ଅମାନିଆଙ୍କ ଉପରେ ନଜର ରଖିବାକୁ ୨୦ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ପ୍ରତ୍ୟେକ ସ୍କ୍ୱାର୍ଡରେ ଜଣେ ମାଜିଷ୍ଟ୍ରେଟ, ପୋଲିସ ଟିମ, ଭିଡିଓ ଗ୍ରାଫର ରହିବେ । ପ୍ରତ୍ୟେକ ୨୦ ମିଟର ଦୂରତାରେ ବଡ଼ଦାଣ୍ଡରେ ରହିବେ ଗୋଟିଏ ଲେଖାଏଁ ସ୍କ୍ୱାର୍ଡ । କୌଣସି ପ୍ରକାର ନିୟମ ଉଲ୍ଲଙ୍ଘନ କଲେ ଅମାନିଆଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ।

ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ ପୁରୀରେ କର୍ଫ୍ୟୁ ଲାଗୁ ହେବ । ଏହା ପୂର୍ବରୁ ବଡ଼ଦାଣ୍ଡରେ ପୋଲିସ ଫ୍ଲାଗ ମାର୍ଚ୍ଚ କରି ବଡ଼ଦାଣ୍ଡ ନିକଟରେ ଥିବା ଲୋକଙ୍କୁ ସଚେତନ କରିଛି । କୌଣସି ଲୋକ ଛାତ ଉପରେ ରହିବେ ନାହିଁ । ଲଜିଂ ଓ ଘର ମାଲିକଙ୍କୁ ଏନେଇ ତାଗିଦ୍ କରିଛି ପୋଲିସ । ସେହିପରି ଫେସବୁକ୍ ଓ ଟୁଇଟରକୁ ରଥଯାତ୍ରାକୁ ନେଇ ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଚିଠି କରାଯାଇଥିବା ପୁରୀ ଏସପି କହିଛନ୍ତି ।