ଜଗନ୍ନାଥ ଧାମରେ ଜିତିବ କିଏ । ବିଜେଡିର ପୁରୁଖା ନେତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ଓ ବିଜେପିର ନୂଆ ମୁହଁ । ଫଟୋରେ ଫଟୋରେ ଦେଖନ୍ତୁ ପୂରା ନିର୍ବାଚନମଣ୍ଡଳୀର ତଥ୍ୟ

669

କନକ ବ୍ୟୁରୋ : ଜଗନ୍ନାଥଧାମରେ ଜିତିବ କିଏ? ଦୀର୍ଘ ୨ ଦଶନ୍ଧି ଧରି ବିଜେଡିର ଗଡ ରହି ଆସିଥିବା ପୁରୀ ଆସନକୁ ହାତେଇବା ପାଇଁ ଅଙ୍କ କଷୁଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଯେଉଁଥିପାଇଁ ଦୁଇ ନୂଆ ମୁହଁଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ୧୯୯୮ରୁ ଲଗାତାର ଏହି ଆସନରେ ବିଜେଡି ବାଜିମାତ କରୁଥିବା ବେଳେ ଚଳିତଥର ଏହି ଧାରାକୁ ବଜାୟ ରଖିବା ପାଇଁ ପୁଣିଥରେ ପିନାକୀଙ୍କ ଉପରେ ଭରସା କରିଛି ଦଳ । କିନ୍ତୁ ବିଜେପି ଓ କଂଗ୍ରେସ ଦୁଇ ପରିଚିତ ଚେହେରା ସମ୍ବିତ ଓ ସତ୍ୟଙ୍କୁ ସାମ୍ନାକୁ ଆଣି ବିଜେଡି ପାଇଁ କଡା ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ । ଜାଣନ୍ତୁ ସତ୍ୟ ନାୟକଙ୍କ ବିଷୟରେ କିଛି

ଚତୁର୍ଥ ବିଜୟ ଲକ୍ଷ୍ୟରେ ମୈଦାନରେ ପିନାକୀ । ଜାଣନ୍ତୁ କେମିତି ରହିଛି ପିନାକୀଙ୍କ ରାଜନୈତିକ କ୍ୟାରିୟର

ପଦ୍ମ ଦଳରୁ ପୁରୀରୁ ପଲିଟିକାଲ ଇନିଂସ ଆରମ୍ଭ କରିଛନ୍ତି ସମ୍ବିତ । ଜାଣନ୍ତୁ ବିଜେପିର ଏହି ହେଭିୱେଟ ନେତାଙ୍କ ବିଷୟରେ କିଛି

ବ୍ରହ୍ମଗିରିରେ ବାଜି ମାରିବ କିଏ । ହ୍ୟାଟ୍ରିକ ବିଜୟ ପାଇଁ ମୈଦାନରେ ବିଜେଡିର ହେଭିୱେଟ ସଞ୍ଜୟ । ବିଜେପିକୁ ପ୍ରଥମ ବିଜୟ ଭେଟି ଦେବାପାଇଁ ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇଛନ୍ତି ଲଳିତେନ୍ଦୁ । କଂଗ୍ରେସ ନିଜର ପୁରୁଣା ଗଡକୁ ଫେରିବା ପାଇଁ କରୁଛି କସରତ

ବ୍ରହ୍ମଗିରିରେ ବିଜେଡିର ସିପାହୀ ସାଜିଛନ୍ତି ସଞ୍ଜୟ । ଜାଣନ୍ତୁ କିଭଳି ରହିଛି ସଞ୍ଜୟଙ୍କ ରାଜନୈତିକ କ୍ୟାରିୟର

ବ୍ରହ୍ମଗିରି ଆସନରୁ ବିଜେପିର ପ୍ରାର୍ଥୀ ଲଳିତେନ୍ଦୁ । ସଞ୍ଜୟଙ୍କୁ ଦେବେ କଡା ଟକ୍କର ।

କାହା ହାତରେ ରହିବ ନୟାଗଡ ନେତୃତ୍ୱ । ୨୦୦୦ ପରଠାରୁ ବିଜେଡି ଗଡରେ ପରିଣତ ହୋଇଛି ନୟାଗଡ । ବିଜୟସୂଚକ ଚୌକା ମାରିବାକୁ ମୈଦାନରେ ଅଭିଜ୍ଞ ଅରୁଣ । ପ୍ରଥମ ଥର ପାଇଁ ପଦ୍ମ ଫୁଟାଇବାକୁ ବିଜେଡିକୁ କଡା ଟକ୍କର ଦେଉଛନ୍ତି ଇରାନୀ । ବିଜୟ ପାଇଁ ନୂଆ ମୁହଁଙ୍କୁ ସାମ୍ନାକୁ ଆଣିଛି କଂଗ୍ରେସ ।

ନୟାଗଡରେ ବିଜେଡିର ସିପାହୀ ସାଜିଛନ୍ତି ଅରୁଣ । ଚତୁର୍ଥ ବିଜୟ ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର ଏହି ହେଭିୱେଟ

ରାଜନୀତି ମୈଦାନରେ ପ୍ରଥମ ଥର ପାଇଁ ଏଣ୍ଟ୍ରି ମାରିଛନ୍ତି ଇରାନୀ । ଅରୁଣଙ୍କୁ ଦେବେ କଡା ଟକ୍କର?

ପିପିଲିରେ କିଏ ଉଡାଇବ ବିଜୟ ଧ୍ୱଜା? ଉପକୂଳ ଓଡିଶାର ଏହି ଚର୍ଚ୍ଚିତ ଆସନ ୨୦୦୦ ପରଠାରୁ ବିଜେଡିର ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି । ପୁରୁଖା ତଥା ଅଭିଜ୍ଞ ପ୍ରଦୀପଙ୍କୁ ମାତ୍ ଦେବାକୁ ମୈଦାନରେ କଂଗ୍ରେସ ଓ ବିଜେପିର ନୂଆ ମୁହଁ ।

ରାଜ୍ୟ ରାଜନୀତିର ଜଣାଶୁଣା ଚେହେରା ପ୍ରଦୀପ ମହାରଥୀ । ଫଟୋରେ ଦେଖନ୍ତୁ ପ୍ରଦୀପଙ୍କ ପଲିଟିକାଲ ଇନିଂସର ଝଲକ

ପୁରୀରେ ପରାକ୍ରମ ଦେଖାଇବ କିଏ? ୨୦୦୦ ପରଠାରୁ ପୁରୀରେ ବାଜିମାତ୍ କରି ଆସୁଛି ବିଜେଡି । ବିଜୟର ସ୍ୱାଦ ଚାଖିବାକୁ ବିଜେପି-କଂଗ୍ରେସର ସ୍ୱତନ୍ତ୍ର ରଣନୀତି । ବିଜେଡିର ପୁରୁଖା ନେତାଙ୍କୁ ଟକ୍କର ଦେବେ ବିଜେପି ଓ କଂଗ୍ରେସର ନୂଆ ମୁହଁ ।

ପୁରୀ ପୁଣିଥରେ ବିଜେଡିର ବିଜୟ ବାନା ଉଡାଇବାକୁ ମୈଦାନରେ ମହେଶ୍ୱର । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର କିଛି ଅଜଣା କଥା

କିଏ ସାଜିବ ସତ୍ୟବାଦୀର ସାରଥୀ? ଏଯାଏଁ ଖାତା ଖୋଲିପାରି ନାହାଁନ୍ତି ବିଜେପି-ବିଜେଡି । ପୂର୍ବ ନିର୍ବାଚନ ଗୁଡିକରେ ସ୍ୱାଧୀନ ପ୍ରାର୍ଥୀଙ୍କର ଦେଖିବାକୁ ମିଳିଥିଲା ଦବଦବା । ପୁଣିଥରେ ଗଡକୁ ଫେରିବାକୁ କଂଗ୍ରେସ କରୁଛି କସରତ ।

ରଣପୁର ଋଣଭୂମିରେ କିଏ ମାରିବ ବାଜି? ବିଗତ ନିର୍ବାଚନ ଗୁଡିକରେ ପ୍ରତି ଦଳକୁ ସୁଯୋଗ ଦେଇଛନ୍ତି ରଣପୁରବାସୀ । ୨୦୦୦ ପରଠାରୁ କଂଗ୍ରେସ ଓ ବିଜେପି ଥରେ ଲେଖାଏଁ ବିଜୟୀ ହୋଇଥିବା ବେଳେ ବିଜେଡି ଲଗାତାର ୨ ଥର ଉଡାଇଛି ବିଜୟ ଧ୍ୱଜା ।

ଚିଲିକାରେ କିଏ କରିବ ଚମତ୍କାର? ନୂଆ ମୁହଁ ସହ ମୈଦାନରେ ୩ ଦଳ, କାହାକୁ ବାଛିବେ ଭୋଟର ।