କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ଭିତରେ ସରଗରମ ହୋଇଛି ପୁରୀ ରାଜନୀତି । ବିଶେଷ କରି ପୁରୀ ବିଧାନସଭା କ୍ଷେତ୍ରରୁ କାହାକୁ ବିଜେଡି ଟିକେଟ ଦେବ, ସେଥିପାଇଁ ନେତାମାନେ ନିଜ ନିଜ ଢ଼ଂଗରେ ଶକ୍ତିପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି..

Advertisment

ପୁରୀ ବିଧାନସଭା ଆସନ ଉପରେ ବିଜେଡିର ଏହି ଦୁଇ ନେତାଙ୍କ ନଜର ଥିବା ଚର୍ଚ୍ଚା ହେଉଛି । ଏହି ଦୁଇ ନେତା ପୁରୀରେ ଗତ କିଛି ଦିନ ହେଲା ନିଜ ନିଜର ସଂଗଠନ କରୁଥିବା ଦେଖିବାକୁ ମିଳୁଛି । ମହେଶ୍ୱର ମହାନ୍ତି ଗୋଟିଏ ପଟେ ସକ୍ରିୟ ଥିବାବେଳେ ଅନ୍ୟପଟେ ଶୁଭାଶିଷ୍ ଖୁଂଟିଆ ସଂଗଠନ ଚଳାଇଛନ୍ତି । ବିଭିନ୍ନ ସଭା ସମ୍ମିତର ଆୟୋଜନ କରୁଛନ୍ତି । ନିକଟରେ ଶୁଭାଶିଷ ଖୁଂଟିଆ ୧୦ ହଜାରରୁ ଅଧିକ ବିଜେଡି ନେତା ଓ କର୍ମୀଙ୍କୁ ନେଇ ଜନସମ୍ପର୍କ ପଦଯାତ୍ରା କରିଥିଲେ । ଯାହା ପୁରୀ ରାଜନୀତିକୁ ଉଷ୍ଣ କରିଛି ।

ଗୋଟିଏ ପଟେ ଯୁବ ନେତା ଶୁଭାଶିଷ ଖୁଂଟିଆ, ସଂଗଠନ କରୁଥିବାବେଳେ, ବାପାଙ୍କ ରାଜନୈତିକ ସାମ୍ରାଜ୍ୟକୁ ସମ୍ଭାଳିବାକୁ ବାହାରିଛନ୍ତି ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି । ସେ ବିଭିନ୍ନ ସଭା ସମ୍ମିତିରେ ଯୋଗ ଦେବା ସହ ବାପାଙ୍କ ସଂଗଠନକୁ ଆଗକୁ ନେବାକୁ ଉଦ୍ୟମ ଚଳାଇଛନ୍ତିି । ଆଉ ଚର୍ଚ୍ଚା ହେଉଛି, ମହେଶ୍ୱର ମହାନ୍ତି ଆଗାମି ନିର୍ବାଚନରେ ପୁଅ ସୁନୀଲଙ୍କୁ ମୈଦାନଙ୍କୁ ଓହ୍ଲାଇପାରନ୍ତି ।

ବିଜେଡି ନେତା ନିଜ ନିଜ ସଂଗଠନ ଚଳାଇଥିବାବେଳେ ସ୍ଥାନୀୟ ବିଜେପି ବିଧାୟକ ଜୟନ୍ତୀ ଷଡଙ୍ଗୀ ବି ପଛରେ ନାହାନ୍ତି । ସେ ନିର୍ବାଚନମଣ୍ଡଳୀରେ ତାଙ୍କ ଜନ ସମ୍ପର୍କ ଜାରି ରଖିଛନ୍ତି । ୨୦୧୯ ନିର୍ବାଚନରେ ମହେଶ୍ୱର ମହାନ୍ତିଙ୍କୁ ହରାଇ ଜୟନ୍ତ ଷଡଙ୍ଗି ବିଧାୟକ ବନିଥିଲେ । ହେଲେ ଏଥର ମହେଶ୍ୱରଙ୍କ ପାଇଁ କେବଳ ଜୟନ୍ତ ନୁହଁନ୍ତି, ଦଳୀୟ ନେତାଙ୍କ ଚେକ୍ ଦେଇ ଟିକେଟ ପାଇବା ବେଶ୍ ବଡ ଚ୍ୟାଲେଞ୍ଜ ହୋଇପାରେ ।