କନକ ବ୍ୟୁରୋ : ପୁରୀରେ ପୁଲିସ୍ -ପ୍ରଶାସନ ମଧ୍ୟରେ ଦେଖାଦେଇଛି ବିବାଦ । ସୁନା ବେଶ ଓ ଅଧରପଣା ଦିନ ପୁରୀ ଉପଜିଲ୍ଲାପାଳ ଓ ୩ ତହସିଲଦାରଙ୍କୁ ପୁଲିସ୍ ଅଧିକାରୀ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ସଂପୃକ୍ତ ପୁଲିସ୍ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ନିଲମ୍ବନ ପାଇଁ ଓଏଏସ ସଂଘ ଦାବି କରିଛି । ଅନ୍ୟପଟେ ଜିଲ୍ଲାପାଳ ନିଜେ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି । ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସେପଟେ ଘଟଣାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ଏସପି ।
ପୁରୀ : ପୁଲିସ୍ ଓ ପ୍ରଶାସନ ମଧ୍ୟରେ ବିବାଦ
/kanak/media/post_attachments/wp-content/uploads/2017/07/vlcsnap-2017-07-06-17h28m20s746.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)