୩ ଦିନ ପରେ ଗିରଫ ହେଲା ପୁରୀର ପିଶାଚ । ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହୋଇଯାଇଥିଲା ଫେରାର

Advertisment
୩ ଦିନ ପରେ ଗିରଫ ହେଲା ପୁରୀର ପିଶାଚ । ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହୋଇଯାଇଥିଲା ଫେରାର

କନକ ବ୍ୟୁରୋ : ଗିରଫ ହେଲା ପୁରୀର ପିଶାଚ । ପଡୋଶୀ ଘରରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଗିରଫ କରିଛି ପୁରୀ ପୁଲିସର ସ୍ୱତନ୍ତ୍ର ଟିମ । ଗିରଫ ଅଭିଯୁକ୍ତ ହେଉଛନ୍ତି ମହେଶ ମହାନ୍ତି । ପୁରୀ-ଭୁବନେଶ୍ୱର ସୀମାରୁ ମହେଶଙ୍କୁ ଗିରଫ କରିଛି ପୁରୀ ପୁଲିସ ।
ଗତ ୨୩ ତାରିଖରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ନାବାଳିକାକୁ ଛାତ ଉପରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା ମଣିଷମୁଖୀ ପିଶାଚ । ନାବାଳିକାକୁ ଦୁଷ୍କର୍ମ କରିବା ପରେ ମହେଶ ଫେରାର ହୋଇଯାଇଥିଲା । ଅଭିଯୋଗ ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁରୀ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ଆଉ ପୋଲିସ ହାତରେ ଏବେ ଧରାପଡିଛି ପୁରୀର ପିଶାଚ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe