ନିୟମ ବାହାରେ କି ପୁରୀ ପୋଲିସ? ଗୁଣ୍ଡିଚା ମନ୍ଦିର ଗୁମୁଟ ଦେଇ ଭିତରକୁ ବାଇକରେ ପ୍ରବେଶ କଲେ ପୋଲିସ କର୍ମଚାରୀ

Advertisment
ନିୟମ ବାହାରେ କି ପୁରୀ ପୋଲିସ? ଗୁଣ୍ଡିଚା ମନ୍ଦିର ଗୁମୁଟ ଦେଇ ଭିତରକୁ ବାଇକରେ ପ୍ରବେଶ କଲେ ପୋଲିସ କର୍ମଚାରୀ

କନକ ବ୍ୟୁରୋ: ନିୟମ କରୁଛି ପ୍ରଶାସନ, ଆଉ ସେହି ନିୟମ ଭାଙ୍ଗୁଛି ପୁଲିସ । ପୁରୀରୁ ଆସିଛି ଏଭଳି ଏକ ସାଂଘାତିକ ଦୃଶ୍ୟ । ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ଥିବା ବେଳେ ପୁଲିସ ବାବୁ କିନ୍ତୁ ଗାଡି ଧରି ଭିତରକୁ ପ୍ରବେଶ କରୁଛନ୍ତି । ଯେଉଁଠି ବାଇକ୍ ନେବା ଉପରେ କଟକଣା ରହିଛି ସେଠାରେ ପୁଲିସ ବାବୁଙ୍କୁ ବାଇକ୍ ନେବାକୁ ଅନୁମତି ଦେଲା କିଏ? ପୁଲିସ ବାବୁ ଜଣଙ୍କ ବାଇକ୍ ଧରି ଗୁଣ୍ଡିଚା ମନ୍ଦିର ଭିତର ପାଖରେ ପହଂଚିବା ପରେ ଭିତରପଟୁ ଜଣେ ବ୍ୟକ୍ତି ଆସି ଦ୍ୱାର ଖୋଲୁଛନ୍ତି ଏବଂ ପୁଲିସ ବାବୁ ଜଣଙ୍କ ଗାଡି ଧରି ପ୍ରବେଶ କରୁଛନ୍ତି । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସବୁଠାରୁ ବଡ ପ୍ରଶ୍ନ ହେଲା ଯେଉଁ ଦ୍ୱାର ଦେଇ ମହାପ୍ରଭୁ ଆଡପମଣ୍ଡପକୁ ବିଜେ କରନ୍ତି ସେଠି ବାଇକ ଚଢି ମନ୍ଦିର ଭିତରକୁ କେଉଁ ସାହାସରେ ପୁଲିସ ବାବୁ ଜଣଙ୍କ ପ୍ରବେଶ କଲେ? ଯାହାକି ଜଗନ୍ନାଥ ପ୍ରେମୀଙ୍କୁ କୁଠାରଘାତ ଦେଇଛି । ସଂପୃକ୍ତ ପୁଲିସ ବାବୁଙ୍କୁ ଚିିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe