ସ୍ନେହମୟୀ ଗୁଣ୍ଡିଚା ମାଉସୀ ମହାପ୍ରଭୁଙ୍କ ପାଇଁ ତିଆରି କରିଛନ୍ତି ପୋଡ଼ପିଠା : ଖାଦ୍ୟପ୍ରିୟ ମହାପ୍ରଭୁଙ୍କ ପାଖେ ଲାଗି ହେବ ପୋଡ଼ପିଠା

85

କନକ ବ୍ୟୁରୋ : ବାହୁଡା ଯାତ୍ରାରେ ମାଉସୀ ମା’ ମନ୍ଦିରରେ ଶ୍ରୀଜିଉଙ୍କୁ ଲାଗି ହୁଏ ପୋଡପିଠା ଭୋଗ । ଏଥିପାଇଁ ସ୍ନେହମୟୀ ମାଉସୀ ଅତି ଶ୍ରଦ୍ଧାରେ ପ୍ରସ୍ତୁତ କରିଛନ୍ତି ପୋଡ ପିଠା । ଜଗା, ବଳିଆ ଓ ଭଉଣୀ ଶୁଭଦ୍ରାଙ୍କ ଠାରେ ଏହି ପୋଡପିଠା ଲାଗି ହେବ । ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରି ଏହି ପୋଡ ପିଠା ପ୍ରସ୍ତୁତ କରାଯାଉଥିବା କହିଛନ୍ତି ମାଉସୀ ମା’ ମନ୍ଦିରର ପୂଜକ । ଅଟା, ଚିନି, ଛେନା, ଘିଅ, ଲବଙ୍ଗ, ଅଳେଇଚକୁ ମିଶ୍ରଣ କରି ସାରାରାତି ବାମ୍ଫରେ ସିଝାଯାଏ । ସକାଳୁ ଶୀତଳ କରି ଖଂଡ ଖଂଡ କାଟି ଭଲ ଘିଅରେ ଛଣା ଯାଇଥାଏ ।

 

Comments are closed.